ଡେଙ୍ଗୁରୁ ଠିକ୍‌ ହେବା ପରେ ଏମିତି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ଡେଙ୍ଗୁ ଜ୍ୱର ଠିକ୍‌ ହେବା ପରେ ଶରୀରକୁ ଥକ୍କାପଣ ଓ ଦୁର୍ବଳ ଅନୁଭବ ହୋଇଥାଏ । ନିୟମିତ କ୍ଷୀର ପିଅନ୍ତୁ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ସୁସ୍ଥ ରଖିଥାଏ ।ନିୟମିତ ସବୁଜ ପନିପରିବା ଖାଆନ୍ତୁ । ଛଣାଛଣି ଜିନିଷ ଆଦୌ ଖାଆନ୍ତୁ ନାହିଁ। ଅଧିକ ମସଲା ଯୁକ୍ତ ଖାଦ୍ୟ, କୋଲେଷ୍ଟେରୋଲ୍‌ ବୃଦ୍ଧି କରୁଥିବା ଖାଦ୍ୟ ଖାଆନ୍ତୁ ନାହିଁ । ନିଶାଦ୍ରବ୍ୟ ମଧ୍ୟ ସେବନ କରନ୍ତୁ ନାହିଁ।ଡେଙ୍ଗୁରୁ ଠିକ୍‌ ହେବା ପରେ ନିଜ ଖାଦ୍ୟରେ ଅଣ୍ଡା ସାମିଲ କରନ୍ତୁ । ଅଣ୍ଡାରେ ପ୍ରୋଟିନ୍‌ ଓ ଆଇରନ ପ୍ରଚୁର ମାତ୍ରାରେ ରହିଛି । ଯାହା ଖୁବ୍‌ ଉପକାରୀ ।

ଏହାସହ ଅଣ୍ଡାରୁ କ୍ୟାଲସିୟମ, ଭିଟାମିନ୍‌ ବି, ପୋଟାସିୟମ ମଧ୍ୟ ମିଳିଥାଏ । ଏହାର ସେବନ ଦ୍ୱାରା ଦୁର୍ବଳ ଅନୁଭବ ହୋଇନଥାଏ ।ଡେଙ୍ଗୁ ଜ୍ୱର ଠିକ୍‌ ହେବା ପରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ କମଳା ଖାଆନ୍ତୁ। ଏଥିରେ ଭିଟାମିନ୍‌ ସି, ଆଣ୍ଟି-ଅକ୍ସିଡାଣ୍ଟ, ମିନେରାଲ୍ସ ରହିଛି । ଯାହା ଶରୀରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।ସ୍ୱାସ୍ଥ୍ୟକର ଓ ପୁଷ୍ଟିଯୁକ୍ତ ଡାଏଟ ଡେଙ୍ଗୁ ରୋଗରୁ ଶୀଘ୍ର ଭଲ ହେବାରେ ସହାୟକ ହୋଇଥାଏ । ଡେଙ୍ଗୁ ଠିକ୍‌ ହେବା ପରେ ଖାଦ୍ୟ ପେୟକୁ ନେଇ ଆଦୌ ଅବହେଳା କରନ୍ତୁ ନାହିଁ। ଡେଙ୍ଗୁ କାରଣରୁ ଶରୀର ଉପରେ ପଡିଥିବା ପ୍ରଭାବରୁ ହେଉଥିବା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ପାଇଁ ନିଜ ଖାଦ୍ୟରେ ପ୍ରୋଟିନ୍‌, ଆଇରନ, ଫାଇବର ଭଳି ପୋଷକ ତତ୍ତ୍ୱ ଭରପୁର ଖାଦ୍ୟ ଖାଇବା ଉଚିତ୍‌ ।

ଅଧିକ ପଢନ୍ତୁ