ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗିରଫ; ଭିଜିଲାନ୍ସ ଚଢ଼ାଉ ବେଳେ ମିଳିଥିଲା ୮୫ ପ୍ଲଟ

ଭିଜିଲାନ୍ସ ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରିଛି। ଶ୍ରୀ ପ୍ରଧାନଙ୍କୁ ଗତକାଲି ଠାରୁ ଦୀର୍ଘ ସମୟ ଧରି ମାରାଥନ ଜେରା କରିବା ପରେ ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି। ଭିଜିଲାନ୍ସ ସୂଚନା ମୁତାବକ, ଓଡ଼ିଶା ସହ ପଶ୍ଚିମବଙ୍ଗରେ ଏଯାବତ ୮୫ ପ୍ଲଟ ଠାବ ହେଲାଣି। ଏକ ପାଞ୍ଚ ମହଲା କୋଠା, ମାର୍କେଟ କଂପ୍ଲେକ୍ସ ଠାବ ହୋଇଛି। ୧୧ ଲକ୍ଷ ଟଙ୍କା, ୨୧୮ ଗ୍ରାମ ସୁନା, ଗୋଟିଏ କାର୍‌ ଠାବ କରାଯାଇଛି।

ବାଲେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା ।କେବଳ ଜଳେଶ୍ବରରେ ୮୦ଟି ପ୍ଲଟ୍‌ ରହିଥିବା ବେଳେ ଡେଲାଙ୍ଗ-ପୁରୀରେ ୪ଟା ଓ ପଶ୍ଚିମବଙ୍ଗରେ ଗୋଟିଏ ରହିଛି। ଶ୍ରୀ ପ୍ରଧାନଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଗତକାଲି ଚଢ଼ଉ ପରେ ଭିଜିଲାନ୍ସ ଟିମ୍‌ ଏତିକି ପ୍ଲଟ୍‌ ଠାବକରିଛି। ଶୁକ୍ରବାର ସକାଳୁ ଚଢ଼ାଉ ହୋଇଥିବା ଏହି ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଅଧିକ ପଢନ୍ତୁ