ମନଇଚ୍ଛା ପାଉଁଶ ଡମ୍ପିଂ ଘଟଣା: ବେଦାନ୍ତକୁ ଛାଟ ୭୧ କୋଟି ତଣ୍ଡ ଗଣିବ

ବିଗତ କିଛି ମାସ ହେଲା ବେଦାନ୍ତ ଆଲୁମିନିୟମ୍‌ ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ମନଇଚ୍ଛା ପାଉଁଶ ଡମ୍ପିଂ କରିଆସୁଛି। ଏହି ଘଟଣାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଠୋର ଆଭିମୁଖ୍ୟ ପୋଷଣ କରିବା ସହିତ ଝାରସୁଗୁଡ଼ା ଭୁର୍କାମୁଣ୍ଡାସ୍ଥିତ ବେଦାନ୍ତ ଆଲୁମିନିୟମ୍‌କୁ ପରି‌ବେଶ କ୍ଷତିପୂରଣ ବାବଦରେ ୭୧.୧୬ କୋଟି ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।

ବେଆଇନ ଭାବରେ ବେଦାନ୍ତ ପାଉଁଶ ପରିବହନ କରୁଥିବାବେଳେ ଲୋଲାଣ୍ଡ ଫିଲିଂ କହି ବେଦାନ୍ତ ଗୋଟିଏ ପରେ ଗୋଟିଏ ସ୍ଥାନରେ ପାଉଁଶର ପାହାଡ ତିଆରି କରି ଚାଲିଛି। ଯାହା ଆଗାମୀ ଦିନରେ ସାରା ପଶ୍ଚିମ ଓଡିଶାକୁ ବିପଦରେ ପକାଇପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital