ନୟାଗଡ଼ ଜିଲ୍ଲା ” ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି” ର ଜିଲ୍ଲା ସ୍ତରୀୟ ସାଧାରଣ ସଭା

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ” ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି” ର ଜିଲ୍ଲା ସ୍ତରୀୟ ସାଧାରଣ ସଭା  ରବିବାର, ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ଠାରେ  ସଭାପତି  ନିଳାଦ୍ରୀ ବିହାରି ସୁବୁଦ୍ଧିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ସମ୍ମିଳନୀରେ  ରାଜ୍ଯ ଓଷ୍ଟା ର ସାଧାରଣ ସମ୍ପାଦକ  ରଞ୍ଜନ କୁମାର ଦାଶ,ଜିଲ୍ଲା ଓଷ୍ଟାର ସଭାପତି  ଅଯୋଧ୍ୟା ନାଥ ନାୟକ, ରାଜ୍ୟ ସମ୍ପାଦକ  ମାଣିକେଶ୍ଵର ସ୍ୱାଇଁ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ  ବିନାୟକ ପରିଡ଼ା ,ଜିଲ୍ଲା ଓଷ୍ଟା ର ସମ୍ପାଦକ ତଥା ଆବାହକ  ପରମାନନ୍ଦ ଦଳାଇ , ଅଲୋଷ୍ଟା ରାଜ୍ୟ କୋଷାଧ୍ୟକ୍ଷ  ଯୁଧିଷ୍ଠିର ପ୍ରଧାନ, ଅଲୋଷ୍ଟା ରାଜ୍ୟ ଯୁଗ୍ମ ସମ୍ପାଦକ  କବିରାଜ ବିଶ୍ବାଳ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ସଭାରେ ଜିଲ୍ଲା ଆବାହକ  ପରମାନନ୍ଦ ଦଳାଇ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ  ରାଜ୍ୟ ଓଷ୍ଟା ର ନିର୍ଦେଶ କ୍ରମେ ଶିକ୍ଷକ ମାନଙ୍କ ର ବିଭିନ୍ନ ସମସ୍ୟା ଓ ଦାବି  ଯଥା ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ , ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷା କର୍ମଚାରୀ ମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ ପ୍ରଦାନ କରିବା,ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା , ଅବସର ବୟସସୀମା ୬୦ ରୁ ୬୨ ବର୍ଷ କୁ ବୃଦ୍ଧି କରିବା ଇତ୍ୟାଦି କୁ ନେଇ ଅଗଷ୍ଟ ୧୬ ତାରିଖ ଦାବୀ ଦିବସ ଅବସରରେ  ଭୁବନେଶ୍ଵର ଲୋୟର    ପିଏମଜି ଠାରେ ମହା ସମାବେଶ ଅନୁଷ୍ଠିତ ହେବ  ବୋଲି ଅବଗତ କରାଇଥିଲେ ଏବଂ ଏହି ସମାବେଶରେ ଜିଲ୍ଲା ର  ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ହଜାରରୁ  ଉର୍ଦ୍ଧ୍ବ ଶିକ୍ଷକ  କର୍ମଚାରୀ ଯୋଗ ଦେବା ପାଇଁ ନିଷ୍ପତ୍ତି ନିଆଗଲା। ଏହି ସମ୍ମିଳନୀରେ ବ୍ଲକ୍ ସମ୍ପାଦକ   ବିଜୟ କୁମାର ପରିଡ଼ା,  ଅକ୍ରୁର ପରିଡ଼ା,  ଅଭିମନ୍ୟୁ ମହାନ୍ତି,  ପ୍ରଭାକର ମିଶ୍ର,  ପ୍ରଶାନ୍ତ କୁମାର ପ୍ରଧାନ,ଜିଲ୍ଳା ଉପ ସଭାନେତ୍ରି ମିନତୀ ତ୍ରୀପାଠୀ,ଜିଲ୍ଲା କାର୍ଯ୍ୟକାରିଣୀ କମିଟି ସଦସ୍ୟ  ଦିବାକର ପାଇକରାୟ, ବ୍ଲକ୍ ଯୁଗ୍ମ ସମ୍ପାଦକ ମାନସ କୁମାର ସାହୁ  ଓ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ, ନିମ୍ନ ମାଧ୍ୟମିକ ବିଦ୍ୟାଳୟ,୬୬୨ ବର୍ଗ କଲେଜ, ମଦ୍ରସା, ସଂସ୍କୃତ ଟୋଲ୍ ରୁ ଆସିଥିବା ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ଓ ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦ ଭାଗ ନେଇ ଉକ୍ତ ଦାବୀ ଦିବସକୁ ସଫଳ କରିବା ପାଇଁ ମତ ପ୍ରକାଶ କରିଥଲେ।ପରିଶେଷରେ ଓଡ଼ଗାଁ ବ୍ଲକ୍ ଓଷ୍ଟା ର ସକ୍ରିୟ ସଦସ୍ୟ  ଦେବରାଜ ସ୍ବାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଅଧିକ ପଢନ୍ତୁ