ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି। ଆର୍ଆଣ୍ଡ୍ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ରେଡ୍ ହୋଇଥିବା ଜଣାପଡିଛି। ଭୁବନେଶ୍ବର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି। ଭିଜିଲାନ୍ସ ବିଭାଗର ୧୨ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ୧୬ ଏଏସଆଇ ଏବଂ ଭିଜିଲାନ୍ସ ବିଭାଗର ଅନ୍ୟ ଅଧିକାରୀ ମାନେ ଏହି ରେଡ୍ରେ ସାମିଲ ହୋଇଛନ୍ତି ।
ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଏବଂ ଖଣ୍ଡଗିରିରେ ମୋଟ୍ ୪ଟି ସ୍ଥାନରେ, ଝାରସୁଗୁଡା ଆସିଆନା ଆପାର୍ଟମେଣ୍ଟର ୩ଟି ଫ୍ଲାଟ ଏବଂ କଟକ ଆଠଗଡ ସ୍ଥିତ ପୈତୃକ ଘର ଏବଂ ତିଗିରିଆରେ ସଂପର୍କୀୟଙ୍କ ଘରେ ରେଡ୍ ଚାଲିଛି ।ଏହାସହ ଯନ୍ତ୍ରୀଙ୍କ ଘରୁ ବାହାରିଛି ପୁଳା ପୁଳା ସୁନା, ରୂପା, ହୀରା ହାର, ରୂପା ବାସନ ଓ ସୁନାର ଠାକୁର ମୂର୍ତ୍ତି । ଆହୁରି ବି ଗଣାଚାଲିଛି । ଭୁବନେଶ୍ୱରର ୪ଟି ସ୍ଥାନରେ ଚଢଉ ହେଉଛି ।ଆଜି ଭୋର ୪ଟା ବେଳୁ ଭିଜିଲାନ୍ସ ପକ୍ଷରୁ ଚଢଉ ଆରମ୍ଭ ହୋଇଥିଲା।