ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ପୁଳାପୁଳା ସୁନା ; ହୀରା ଗହଣା ଓ ନଗଦ ଟଙ୍କା

ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ତାଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ପରେ ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ରେଡ କରିଛି ।ଭୁବନେଶ୍ୱର ଘରୁ ପୁଳାପୁଳା ସୁନ, ହୀରା ଓ ରୂପା ଗହଣା ଠାବ କରିଛଇ ଭିଜିଲାନ୍ସ ଟିମ୍‌‌। ବହୁ ସୁନା ଗହଣା ସହ, ସୁନା ବିସ୍କୁଟ, ସୁନା ଓ ରୂପା କଏନ, ଭିନ୍ନ ଭିନ୍ନ ଡିଜାଇନର ଦାମୀ ଘଣ୍ଟା ଏବଂ ବିଦେଶୀ ମୁଦ୍ରା ଠାବ ହୋଇଛି। ଏସବୁ ଦେଖିଲେ ଲାଗୁଛି ଯେମିତି ତାରାଙ୍କ ଘରେ ମିନି ଜୁଏଲାରୀ ଦୋକାନ ହୋଇଥିଲା।।

ଏହି ଚଢାଉରେ ୧୨ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର, ୧୬ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି । ଆରଆଣ୍ଡବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ନିଜର ଚାକିରି ସମସୟରେ ଏତେ ପରିମାଣର ସୁନା ଗହଣା, ଏକାଧିକ ଫ୍ଲାଟ୍‌‌ କିଭଳି କିଣିଲେ ସେ ନେଇ ଖୋଳତାଡ କରୁଛି ଭିଜିଲାନ୍ସ।

ଅଧିକ ପଢନ୍ତୁ

kc ads