ଆଡପ ପହଣ୍ଡି ବେଳେ ବଡ ଠାକୁରଙ୍କୁ ପକାଇ ଦେବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଏକ ତିନି ଜଣିଆ କମିଟି ଘଟଣାରେ ତଦନ୍ତ କରୁଛି। ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ, ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ, ଜେଟିପିଙ୍କୁ ଡାକି ପଚରାଉଚରା ଜାରି ରହିଛି। ଯୁବ ଦଇତାପତି ସମ୍ପୂର୍ଣ୍ଣ ଘଟଣା ଉପରେ ନିଜର ମତ ରଖିଛନ୍ତି । କେହି ଜାଣିଶୁଣି ଏଭଳି କରିନାହାନ୍ତି । ଏହାର ଯେଭଳି ପୁନରାବୃତ୍ତି ନହୁଏ ସେଥିପ୍ରତି ସମସ୍ତେ ସଜାଗ ରହିବା ଆବଶ୍ୟକ । ପହଣ୍ଡି ସମୟରେ ଦଇତାପତି, ସୁଆର ମହାସୁଆର, ପୂଜାପଣ୍ଡା ଓ ପୁଷ୍ପାଳକଙ୍କର ମୁଖ୍ୟ ଦାୟିତ୍ଵ । ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ଓ ଅତ୍ୟଧିକ ସେବାୟତ ଚଢିବା ମୁଖ୍ୟ କାରଣ । ଯାହା ଫଳରେ ଏଭଳି ଘଟଣା ଘଟିଥିଲା ।
ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ରଙ୍କ ସୂଚନା ।ରଥଯାତ୍ରା ସମୟରେ ତିନି ଠାକୁର ଗୁଣ୍ଡିଚା ମନ୍ଦିରକୁ ଆଡ଼ପ ପହଣ୍ଡି କରି ଯାଉଥିବାବେଳେ ବଡ ଠାକୁର ବଳଭଦ୍ର ଚାରମାଳ ଉପରେ ମୁହଁମାଡି ପଡି ଯାଇଥିଲେ । ଯାହାକୁ ନେଇ ପୁରା ରାଜ୍ୟରେ ଅନ୍ତୋଷ ଦେଖାଦେଇଥିଲା। ନୀଳାଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ ଥିଲା। ହେଲେ ଘଟଣାକୁ ୨୪ ଦିନ ବିତିଗଲାଣି ହେଲେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ଯାହାକୁ ଗୁରୁତର ସହ ନେଇ ଆଜି ଏକ ୩ ଜଣିଆ ଟିମ୍ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ।