ରାଜ୍ୟ ପ୍ରଶାସନର ଦୁଇ ପ୍ରମୁଖ ପଦବୀରେ ନିଯୁକ୍ତ ହୋଇଛନ୍ତି ଅଣଓଡ଼ିଆ ଅଧିକାରୀ । ୪୧ ବର୍ଷ ପରେ ମୁଖ୍ୟ ଶାସନ ପଦବୀରେ ଜଣେ ଅଣଓଡ଼ିଆଙ୍କୁ ନିଯୁକ୍ତ କରାଯାଇଥିବାବେଳେ ଆଜି ପୋଲିସ ଡିଜି ଭାବେ ମଧ୍ୟ ଜଣେ ଅଣଓଡ଼ିଆଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେପି ସରକାର ।ଏହା କ’ଣ ଓଡ଼ିଆ ଅସ୍ମିତା । ଆଜି DG ପୋଲିସ ଅଣ ଓଡ଼ିଆ । ଯାହା ବିଜେପି କହେ, ତାହାର ଓଲଟା କରନ୍ତି ।
ଏହି ଅଫିସରଙ୍କ ଯୋଗ୍ୟତା କି ବ୍ୟକ୍ତିଗତ କଥା କହୁନୁ । ବିଜେପିକୁ ପ୍ରଶ୍ନ, ଯାହା ନିର୍ବାଚନ ସମୟରେ କହିଥିଲ, ତାହାର ଓଲଟା କାହିଁକି କରିଛ । ବିଜେପି ସରକାରରେ ଓଡ଼ିଆ ପୁଅଙ୍କ ସ୍ଥାନ ନାହିଁ । ଓଡ଼ିଆଙ୍କ ପ୍ରତି ପ୍ରତାରଣା, ମିଛ ପ୍ରତିଶୃତିରୁ ବିଜେପିର ଦୋମୁହାଁ ନୀତି ପଦାରେ ପଡିଛି । ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତି ଦେବାକୁ କଣ କେହି ଯୋଗ୍ୟ ଓଡ଼ିଆ ଅଧିକାରୀ ମିଳିଲେନି କି ବୋଲି ପ୍ରଶ୍ନ ଉଠାଇଛି ବିଜେଡି ।