ବଜ୍ରକାପ୍ତା ଚାଲାଣ କରୁଥିଲେ ଧରାପଡିଲେ

କୋରାପୁଟ ଜିଲାରେ ପୁଲିସ ପରେ ଏବେ ଓଡ୍ରାଫ କର୍ମଚାରୀ ଚର୍ଚ୍ଚାରେ। ରାଜ୍ୟ ଏସଟିଏଫ ଦଳ ଚଢ଼ଉ କରି ନନ୍ଦପୁର ସେମିଳିଗୁଡା ରାସ୍ତା ବଡେଗାଁ ଗ୍ରାମ ନିକଟରୁ ବଜ୍ରକାପ୍ତା ସହ ଅଲ୍ଟୋ କାର ଜବତ ହୋଇଛି। ଘଟଣାରେ ୩ ଜଣଙ୍କୁ କାବୁ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ । ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।

ବଜ୍ରକାପ୍ତାଟି ଆନ୍ଧ୍ର ଦେଇ ବାହାର ରାଜ୍ୟକୁ ସ୍ଥାନାନ୍ତର କରାଯାଉଥିଲା। ଯାହାକୁ ବର୍ତ୍ତମାନ କୋରାପୁଟ ବନଖଣ୍ଡ ଅଧିକାରୀଙ୍କ ତତ୍ତ୍ଵାବଧାନରେ ସେମିଳିଗୁଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ରଖାଯାଇଛି। ଚିକିତ୍ସା ପରେ ବଜ୍ରକାପ୍ତା ସୁସ୍ଥ ଥିବା ସେମିଳିଗୁଡା ରେଞ୍ଜର ଟି ପଣ୍ଡା ସୂଚନା ଦେଇଛନ୍ତି। ନିର୍ଦ୍ଦେଶ ମିଳିଲେ ନନ୍ଦନକାନନ ନେଇ ଛଡ଼ା ଯିବ।

ଅଧିକ ପଢନ୍ତୁ

Odisha Darpan Digital