ଚାଇନା ଗେମିଂ ଆପ୍‌ରେ ଭାରତରୁ ୪ଶହ କୋଟି ଟଙ୍କା ଠକେଇ । 

ଧରାପଡ଼ିଲା ବଡ଼ଧରଣର ଅନଲାଇନ୍ ବେଟିଂ ଓ ଜାଲିଆତି । ମାମଲାରେ ୪ଜଣଙ୍କୁ ଗିରଫ କରିଛି କୋଲକାତା ଇଡି। ଏମାନଙ୍କ ମଧ୍ୟରୁ ଓଡ଼ିଶାର ଦୁଇଜଣ ଯଥା ଅରୁଣ ସାହୁ ଓ ଆଲୋକ ସାହୁଙ୍କୁ ଗିରଫ କରାଯାଇଛି। FIEWIN ଆପ୍ ଜରିଆରେ ଚୀନକୁ ଟଙ୍କା ଯାଇଥିବା ଜଣାପଡ଼ିଛି । ଠକେଇର ମାଷ୍ଟରମାଇଣ୍ଡ ଚୀନରୁ ନିୟନ୍ତ୍ରଣ କରୁଥିଲା ।ମନି ଲଣ୍ଡରିଂ ଆକ୍ଟରେ ଏମାନଙ୍କୁ ଗିରଫ କରିଛି ED । ଏହି ମାମଲାରେ ଗିରଫ ହୋଇଥିବା ଅରୁଣ ସାହୁ ଓ ଆଲୋକ ସାହୁ ରାଉରକେଲାର ବୋଲି ଜଣାପଡ଼ିଛି । ଠକେଇର ଶିକାର ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଏମାନଙ୍କୁ ଧରିଛି ଇଡି ।

ସେମାନେ ଫିଓ୍ୱିନ୍ ଆପରୁ ମିଳୁଥିବା କ୍ରିପ୍ଟୋ କରେନ୍ସିକୁ ବିଦେଶୀ କ୍ରିପ୍ଟୋ ଏକ୍ସଚେଞ୍ଜରେ ଥିବା ଚାଇନିଜ୍ ନାଗରିକଙ୍କ ବାଲେଟ୍ ଯଥା ବିନାନ୍ସରେ ଜମା କରିବା ସହ ଲଣ୍ଡରିଂ କରୁଥିଲେ। ସମସ୍ତଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରି ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଚାରି ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ଇଡି ହାଜତକୁ ପଠାଇ ଦେଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital