ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ । ପୁଣି ଥରେ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିବା କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଲୋକଙ୍କ ଗହମ ପାଇଁ ଚାହିଦାକୁ ଦୃଷ୍ଟିରେ ରଖି ଦାବି ରଖିଛି ।
ତେବେ ପୂର୍ବରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଗହମକୁ ବନ୍ଦ କରି ଅଧିକ ଚାଉଳ ଦେବାକୁ କେନ୍ଦ୍ରକୁ ଦାବି କରି ଗହମ ଯୋଗାଣକୁ ବନ୍ଦ କରିଦିଆଯାଇଥିଲା ।ପୁଣି ଥରେ ପୂର୍ବଭଳି ଚାଉଳ ସହ ଗହମ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।