ବ୍ରହ୍ମପୁରରେ କିନ୍ନର ମିଶି ବାପାକୁ ପୁଅ ହତ୍ୟା କରିବା ଘଟଣାର ଖୋଲାସା କରିଛନ୍ତି ଏସଡ଼ିପିଓ। ଏଟିଏମ କାର୍ଡ ପାଇଁ ପୁଅ ବାପାଙ୍କୁ ହତ୍ୟା କରିଥିବା ଏସଡିପିଓ କହିଛନ୍ତି।୩ୟ ଲାଇନର ଜଣେ ବୃଦ୍ଧଙ୍କୁ ହତ୍ୟା କରିଛନ୍ତି ଇଞ୍ଜିନିୟର ପୁଅ ସନ୍ଦୀପ ପଣ୍ଡା ଓ କିନ୍ନର ବୋହୁ ଶ୍ରୀୟା । ମୃତ ବୃଦ୍ଧ ଜଣଙ୍କ ରାଜସ୍ୱ ବିଭାଗର ଅବସରପ୍ରାପ୍ତ କିରାଣୀ ୭୪ ବର୍ଷୀୟ ଗରୀବବନ୍ଧୁ ପଣ୍ଡା । ହତ୍ୟା କରିବା ପରେ ଉଭୟ ଏହାକୁ ଦୁର୍ଘଟଣାର ରୂପ ଦେଖିବାକୁ ସମସ୍ତ ଯୋଜନା କରିଥିଲେ ଅଭିଯୁକ୍ତ ପୁଓ ଓ କିନ୍ନର ବୋହୂ । ହେଲେ ସେମାନଙ୍କ ଯୋଜନା ଫେଲ ହେବା ସହ ପୋଲିସ ହାତରେ ଧରାପଡିଛନ୍ତି ।
ବୋହୂର ପ୍ରକୃତ ନାମ ପ୍ରବୀଣ କୁମାର ଶର୍ମା ଓ ଘର ମହାରାଷ୍ଟ୍ରର ଥାନେ ଶିବାଜୀନଗର ଅଞ୍ଚଳର। ସନ୍ଦୀପ ପୂର୍ବରୁ ବିବାହ କରିଥିଲେ । ହେଲେ ଶ୍ରୀୟାଙ୍କ ସହ ସଂପର୍କ ଗଢିବାରୁ ତାଙ୍କ ପ୍ରଥମ ପତ୍ନୀ ଛାଡପତ୍ର ଦେଇଥିଲେ। ମିଳିଥିବା ସୂଚନା ଅନୁସାରେ ୧୫ ତାରିଖ ରାତିରେ ଉଭୟେ ମଦ୍ୟପାନ କରିବା ପରେ ଗରିବବନ୍ଧୁଙ୍କ ସହ ଝଗଡ଼ା କରିଥିଲେ। ପରେ ରାଗିଯାଇ ତାଙ୍କ ଉପରକୁ ଟେବୁଲ ଫ୍ୟାନ୍ ଓ ଷ୍ଟିଲ ଆଲମିରା ଫିଙ୍ଗି ଦେଇଥିଲେ। ଏହାପରେ ଗରିବ ବନ୍ଧୁଙ୍କ ମୃତ୍ୟୁ ଘଟିଛି। ତେବେ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି।