ଗାଁଠୁ ସହର ସବୁଠି E-KYC ପାଇଁ ଲମ୍ବା ଲାଇନ୍‌ ।

ଗାଁଠୁ ସହର ସବୁଠି E-KYC ପାଇଁ ଲମ୍ବା ଲାଇନ୍‌ । E-KYC ନକଲେ ରାସନ ସାମଗ୍ରୀ ହିତାଧିକାରୀଙ୍କୁ ମିଳିବନି । ଏନେଇ କଣ୍ଟ୍ରୋଲ ଡିଲରଙ୍କ ପାଖରେି ହିତାଧିକାରୀ ଲାଇନ ଲଗାଉଛନ୍ତ। କିନ୍ତୁ ଡିଲରମାନେ ଟୁ-ଜି ସପୋର୍ଟ ମେସିନ ବ୍ୟବହାର କରୁଥିବାରୁ ଲିଙ୍କ୍‌ ଫେଲ ସମସ୍ୟା ଦେଖାଦେଉଛି । ଯେଉଁଥିପାଇଁ କଣ୍ଟ୍ରୋଲ ଡିଲରଙ୍କ ପାଖରେ ଲମ୍ବା ଧାଡ଼ି ଦେଖିବାକୁ ମଳିଛି । ପୂର୍ବରୁ ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ବିଧାନସଭା ଅଧିବବେଶନ ଚାଲିଥିବା ବେଳେ ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି। E-KYC ଯାଞ୍ଚ ଚାଲିଛି, ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି। ଏ ସରକାର eKYC ଲାଗୁ କରୁଛନ୍ତି, ଯାହା ଦ୍ବାରା ଅଯୋଗ୍ୟଙ୍କ ନାଁ କଟିଯିବ ଯୋଗ୍ୟ ହିତାଧତକାରୀ ଏହି ସୁବିଧା ପାଇବେ। ସେପଟେ ଏହାର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । କିନ୍ତୁ ସାଧାରଣ ଲୋକେ ଏହାକୁ ଅଣଦେଖା କରି ହଇରାଣ ହେଉଛନ୍ତି |

ଅଧିକ ପଢନ୍ତୁ