ଶ୍ରୀମନ୍ଦିର ରୋଷଶାଳାରେ ମାଟି କୁଡୁଆ ବଦଳରେ ଲୁହା କଡେଇରେ ପ୍ରସ୍ତୁତ ହେଉଛି ମହାପ୍ରସାଦ । ଏହାକୁ ନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଏଣିକି ଶ୍ରୀମନ୍ଦିରରେ ଲୁହା କଡ଼େଇ ମନା । ଲୁହା କଡ଼େଇରେ ମହାପ୍ରସାଦ ନିର୍ମାଣକୁ ସୁଆର, ମହାସୁଆର ନିଯୋଗ ପକ୍ଷରୁ ବାରଣ କରାଯାଇଛି । କରୋନା ସମୟରେ ବ୍ୟବହାର ହୋଇଥିଲା ଲୁହା କଡ଼େଇ । ବର୍ତ୍ତମାନ ପୂର୍ବ ପରି ମାଟି ପାତ୍ରରେ ମହାପ୍ରସାଦ ପ୍ରସ୍ତୁତ ହେବ ।ସେହିପରି ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏନେଇ ମଧ୍ୟ ଖୁବଶୀଘ୍ର ଅବଗତ କରାଯିବ ବୋଲି ସୁଆର ମହାସୁଆର ନିଯୋଗ ସହ ସମ୍ପାଦକ କହିଛନ୍ତି ।