ସୀତାରାମ ୟେଚୁରୀଙ୍କ ବିୟୋଗରେ ଶୋକ

ନୟାଗଡ଼,(ଓଡ଼ିଶା ଦର୍ପଣ):ସି.ପି.ଆଇ.ଏମ୍ ର ସାଧାରଣ ସମ୍ପାଦକ କମ୍ରେଡ ସୀତାରାମ ୟେଚୁରୀଙ୍କ ଅକାଳ ବିୟୋଗରେ ନୟାଗଡ଼ ଠାରେ ଗୁରୁବାର ଅପରାହ୍ନରେ ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଭାରତବର୍ଷର ଏହି ମହାନ୍ ବାମପନ୍ଥୀ ନେତାଙ୍କ ଅକାଳ ବିୟୋଗରେ ଭାରତର କୋଟିକୋଟି ମେହେନତୀ ମଣିଷ, କୃଷକ, ସାଧାରଣ ବର୍ଗର ଲୋକେ ତାଙ୍କର ଜଣେ ବାସ୍ତବ ସାଥୀ, ବନ୍ଧୁ, ମାର୍ଗଦର୍ଶକ ସେନାପତିଙ୍କୁ ହରାଇଲେ ବୋଲି ସି.ପି.ଆଇ.ଏମ୍ ନେତା ପବିତ୍ର ଇନ୍ଦ୍ରଜିତ, ବିଭୁତି ପଟ୍ଟନାୟକ, କୁଳମଣି ପୃଷ୍ଟି, ମାନସ ମହାପାତ୍ର ପ୍ରମୁଖ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital