ଝାରସୁଗୁଡାର ପୂର୍ବତନ ଉପଜିଲ୍ଲାପାଳଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ । ଜେଲ୍ ସହ ୧ ଲକ୍ଷ ଟଙ୍କା ଜରିମାନା କଲେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କୋର୍ଟଙ୍କ ରାୟ ।ଅବସରପ୍ରାପ୍ତ ଉପଜିଲ୍ଲାପାଳ ହେଉଛନ୍ତି ପ୍ରଦୀପ କୁମାର ବାରିକ । । ୨୦୧୯ରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । କୋର୍ଟ ପ୍ରଦୀପ କୁମାର ବାରିକଙ୍କୁ ଦୋଷୀ ସାବ୍ୟସ୍ତ କରି ସଜ୍ଜା ଶୁଣାଇଥିବାରୁ ଏବେ ଭିଜିଲାନ୍ସ ପକ୍ଷରୁ ତାଙ୍କର ପେନସନ ବନ୍ଦ କରିବାକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ ବୋଲି ଜଣାପଡ଼ିଛି।