ଆସନ୍ତା ୧୭ରେ ମୋଦି ଭୁବନେଶ୍ୱର ଆସିବେ। ଏଥିପାଇଁ ଚଳଚଞ୍ଚଳ ପ୍ରଶାସନିକ କଳ। ତା’ପୁର୍ବରୁ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା SPG ଟିମ୍ ଭୁବନେଶ୍ୱର ପହଞ୍ଚିସାରିଛନ୍ତି।ଗତକାଲି ୮ ଜଣିଆ SPG ଟିମ୍ ସଦସ୍ୟ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ।ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ରହିବେ ଏହି ଟିମ୍। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବାଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ପୂରା ସୁରକ୍ଷା ଭାର ସମ୍ଭାଳିବ ଏସପିଜି।
ସେହିଭଳି ୩ ଦିନ ଯାଏଁ ହେଡ୍ କ୍ୱାର୍ଟର ଛାଡ଼ି ଯାଇପାରିବେନି ସରକାରୀ ବାବୁ। ଛୁଟି ଦିନରେ ବି ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ସର୍ଟ ନୋଟିସରେ ତୁରନ୍ତ ଅଫିସରେ ହାଜର ହେବାକୁ ପଡ଼ିବ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୋଟିସ୍ ଜାରି ହୋଇଛି। ଆଜିଠାରୁ ସେପ୍ଟେମ୍ବର ୧୬ ତାରିଖ ଯାଏଁ କୌଣସି ସରକାରୀ ଅଧିକାରୀ ହେଡ କ୍ୱାର୍ଟର ଛାଡ଼ି ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ପ୍ରଧାନମନ୍ତ୍ରୀ ଆଉ କିଛି ଜନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ/ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।