ମଝି ଚିଲିକାରେ ଫସିଲା ଡଙ୍ଗା: ରହିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ

ଚିଲିକା ମଝିରେ ଯାତ୍ରୀ ନେଇ ଯାଇଥିବା ଡଙ୍ଗା ଫସିଲା । ଉଦ୍ଧାର ପାଇଁ ଆଉ ଏକ ଡଙ୍ଗା ଫସିଥିବା ଡଙ୍ଗା ନିକଟରୁ ଯାଇଥିବାର ସୂଚନା ମିଳିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟଣା ଘଟିଥିବା ସାମ୍‌ନାକୁ ଆସିଛି। ଡଙ୍ଗାରେ ୫୦ରୁ ଊଦ୍ଧର୍‌ବ ଯାତ୍ରୀ ରହିଥିବା ବେଳେ ୧୫ଟି ବାଇକ୍‌ ଥିବା ସୂଚନା ମିଳିଛି।ପୁରୀ ସାତପଡାରୁ ଜହ୍ନିକୁଦା ଘାଟ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ମଏଁସା ନିକଟରେ ଫସି ରହିଛି। ଖବର ପାଇ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏପରିକ ଯାତ୍ରୀଙ୍କୁ କୌଣସି ଭୟଭୀତ ନ ହେବାକୁ କୋଷ୍ଟଗାର୍ଡ ପକ୍ଷରୁ ନିବେଦନ କରାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital