ବାତ୍ୟା ଆକଭାନକୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳରେ ସମୟ ପରିବର୍ତ୍ତନ କରିଛି ପୂର୍ବତଟ ରେଳପଥ । ୨୦ ତାରିଖ ପାଇଁ କିଛି ଟ୍ରେନ ଚଳାଚଳର ସମୟ ପରିବର୍ତ୍ତନ କରାଯାଇଛି। ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସ୍ ସାଢେ ୫ ଘଣ୍ଟା ବିଳମ୍ବ। ପଲାସା-କଟକ ମେମୁ ଟ୍ରେନ୍ ୫ ଘଣ୍ଟା ବିଳମ୍ବରେ ଚଳାଚଳ କରିବ। ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ ସାଢେ ୩ ଘଣ୍ଟା ବିଳମ୍ବ।ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍ ସାଢେ ୩ ଘଣ୍ଟା ବିଳମ୍ବ। ଗୁଣୁପୁର-କଟକ ମେମୁ ଟ୍ରେନ୍ ସାଢେ ୩ ଘଣ୍ଟା ବିଳମ୍ବରେ ଚାଲିବ। ଭୁବନେଶ୍ୱର ନ୍ୟୁ-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ୨ ଘଣ୍ଟା ବିଳମ୍ବ ହେବ। ଶାଲିମାର-ଚର୍ଲାପଲ୍ଲୀ ଏକ୍ସପ୍ରେସ୍ ୧ ଘଣ୍ଟା ବିଳମ୍ବରେ ଚଳାଚଳ କରିବ।ଯାତ୍ରୀମାନେ ଯାତ୍ରା କରିବା ପୂର୍ବରୁ ନିଜ ଟ୍ରେନ୍ର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦେଇଛି ପୂର୍ବତଟ ରେଳପଥ ।
