କାମାକ୍ଷାନଗର ଜଙ୍ଗଲରେ ଦୁଇ ହାତୀ ମୃତ । ୫୦୦ ମିଟର ବ୍ୟବଧାନରେ ମିଳିଲା ଦୁଇଟି ହାତୀଙ୍କ ମୃତଦେହ । ଗୋଟିଏ ହାତୀର ବୟସ ୧୨ ବର୍ଷ, ଅନ୍ୟଟି ଶିଶୁ ହାତୀ । କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରଣୀ ଫରେଷ୍ଟ ଗୋଦରବିଲ୍ଲି ଅଞ୍ଚଳରୁ ମିଳିଛି ଦୁଇ ହାତୀ ମୃତଦେହ ।ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏକାଠି ଦୁଇଟି ହାତୀଙ୍କ ମୃତ୍ୟୁ କେମିତି ହେଲା? ବିଲରେ ଏମାନଙ୍କର ମୃତ୍ୟୁ ପଛରେ କୌଣସି ରୋଗ, ବିଷକ୍ରିୟା ନା ଅନ୍ୟ କିଛି କାରଣ ରହିଛି? ଏବେ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ତେବେ ଗୋଷ୍ଠୀ ସଂଘର୍ଷରୁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ବନବିଭାଗ ସନ୍ଦେହ କରୁଛି lଏହି ଅଞ୍ଚଳରେ ଚାରି ପାଞ୍ଚଦିନ ହେବ ୩୮ ଟିକିଆ ହାତୀପଲ ଉପଦ୍ରବ ଚଳାଇ ଆସୁଥିଲେ। ଆଜି ଦୁଇ ଦୁଇଟି ହାତୀର ମୃତ୍ୟୁକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି।
