ପ୍ରଧାନମନ୍ତ୍ରୀ ପିଏମ୍ ଆବାସ ଯୋଜନାର ହିତାଧିକାରୀଙ୍କ ଘରେ ଖାଇଛନ୍ତି କ୍ଷୀରି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ବିମାନବନ୍ଦରରୁ ସିଧାସଳଖ ଗାଡ଼କଣାରେ ପହଞ୍ଚିଛନ୍ତି। ସେଠାରେ ସେ ନିଜ ଜନ୍ମଦିନରେ କ୍ଷୀରି ଖାଇଛନ୍ତି। ରାଜଧାନୀ ନିକଟ ଗାଡ଼କଣ ଗାଁରେ ପ୍ରଧାନମନ୍ତ୍ରୀ ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ଖାଇଛନ୍ତି କ୍ଷୀରି। ସୂଚନାଯୋଗ୍ୟ, ପିଏମ୍‌ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ କ୍ଷିରୀ ପ୍ରସ୍ତୁତି ହୋଇଥିଲା। ଅନ୍ତର୍ଯ୍ୟାମୀଙ୍କ ବୋହୂ ବୋହୂ ସୁସ୍ବାଦୁ କ୍ଷିରୀ ପ୍ରସ୍ତୁତ କରିଥିଲେ। ଏ ନେଇ ସେ ବେଶ ଖୁସି ଥିଲେ। ତାଙ୍କ ହାତର କ୍ଷିରୀ ପ୍ରଧାନମନ୍ତ୍ରୀ ଖାଇଲେ ଏହା ତାଙ୍କ ପାଇଁ ବୋହୂତ ବଡ଼ କଥା ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କ ସହ ମନଖୋଲି କଥା ହୋଇଥିବାର ଦେଖିବାକୁ ମିଳିଛି। ଲୋକେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ