ବଢ଼ିଲା ଡିଜିପି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ

ପୁଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢିଲା । ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢାଇଲେ ରାଜ୍ୟ ସରକାର ।ଖୁରାନିଆ ଅଗଷ୍ଟ ୧୬ରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ନୂତନ ପୋଲିସ ଡିଜି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳକୁ ସରକାର ସର୍ବନିମ୍ନ ୨ ବର୍ଷ ବଢ଼ାଇଛନ୍ତି।ରାଜ୍ୟ ପୁଲିସ ମୁଖ୍ୟାଳୟରେ ସେ କାର୍ଯ୍ୟକାରୀ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ।ତାଙ୍କ ଚାକିରି କାଳ ମଧ୍ୟରେ ସେ ସୋନପୁର, ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲାର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ପରେ ସେ ଡିଆଇଜି ଭାବେ ଦକ୍ଷିଣାଞ୍ଚଳ ରେଞ୍ଜ (ବ୍ରହ୍ମପୁର)ରେ କାର୍ଯ୍ୟ କରିଛନ୍ତି। ସେ କଟକ-ଭୁବନେଶ୍ବର କମିଶନରେଟର ଅତିରିକ୍ତ ପୋଲିସ କମିଶନର ଓ ପୋଲିସ କମିଶନର ଏବଂ ଡିଆଇଜି ଭାବେ ଉତ୍ତରାଞ୍ଚଳ (ସମ୍ବଲପୁର)ରେ କାର୍ଯ୍ୟ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପ୍ରସ୍ତାବ ଆଧାରରେ ବିଏସଏଫ ସ୍ପେଶାଲ୍ ଡିଜି ୧୯୯୦ ବ୍ୟାଚ୍ ଆଇପିଏସ୍ ଖୁରାନିଆଙ୍କୁ ତତ୍କାଳ ପ୍ରଭାବରୁ ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେବା ପାଇଁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ଅନୁମୋଦନ କରିଥିଲା । ଖୁରାନିଆଙ୍କ କେନ୍ଦ୍ରୀୟ ଡେପୁଟେସନକୁ ଆଗୁଆ ସମାପ୍ତ କରି ଓଡ଼ିଶା ଫେରାଇ ଦିଆଯାଇଥିଲା ।

ଅଧିକ ପଢନ୍ତୁ