ମଙ୍କି ପକ୍ସ ପାଇଁ ସବୁ ଜିଲ୍ଲାକୁ ଗାଇଡଲାଇନ ଜାରି ।

ମଙ୍କି ପକ୍ସ ପାଇଁ ଜାରି ହେଲା ଗାଇଡଲାଇନ । ସବୁ ଜିଲ୍ଲା ଓ ବିମାନ ବନ୍ଦର ଅଥରୀଟିଙ୍କୁ ଗାଇଡଲାଇନ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।ଭାରତରେ ମଙ୍କିପକ୍ସ ସଂଖ୍ୟା ବହୁତ କମ ଅଛି । ଯେଉଁମାନେ ଇଣ୍ଟରନ୍ୟାସନାଲ ଟ୍ରାଭେଲ କରୁଛନ୍ତି ଏବଂ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେଟ କରି ସେମାନଙ୍କର ନମୁନା ପରୀକ୍ଷା ପାଇଁ କୁହାଯାଇଛି।

ସେମାନେ ଏନେଇ ସେଲ୍ଫ ଡିକ୍ଲାରେସନ ଫର୍ମ ଦେବେ । ଲକ୍ଷଣ ପ୍ରକାଶ ପାଇଲେ ସେମାନଙ୍କୁ ଆଇସୋଲେଟରେ ରଖା ଯିବ । ଏମ୍ସ ଭୁବେନେଶ୍ୱରରେ ଥିବା ଲବ୍ରୋଟେରିକୁ ପରୀକ୍ଷା ପାଇଁ ସେମାନଙ୍କ ନମୁନା ପଠାଯିବ ।। ଆଫ୍ରିକାରେ ମଙ୍କି ପକ୍ସ ଦେଖାଦେଇଛି ତେଣୁ ସେଠୁ ଆସୁଥିବା ଯାତ୍ରୀଙ୍କ ପାଇଁ ସାବଧାନ ରହିବାକୁ କୁହାଯାଇଛି। ମଙ୍କି ପକ୍ସ ପାଇଁ ୨୧ ଦିନର ଆଇସୋଲେଟ ଆବଶ୍ୟକ ରହିଛି। ନେଗେଟିଭ ଆସିଲେ ଛାଡି ଦିଆଯିବ।

ଅଧିକ ପଢନ୍ତୁ

Odisha Darpan Digital