ରାତି ଅଧରେ ଷ୍ଟାଫ୍‌ ନର୍ସଙ୍କ ଘରକୁ ଯାଉଥିଲେ! ରାଜି ନହେଲେ ମାଡ଼ ମାରୁଥିଲେ କନ୍‌ଷ୍ଟେବଳ।

ରଙ୍ଗୀଲା କନ୍‌ଷ୍ଟେବଳ। ଏକ ତରଫା ପ୍ରେମ କରୁଥିଲେ। ରାତି ଅଧରେ ଷ୍ଟାଫ୍‌ ନର୍ସଙ୍କ ଘରକୁ ଯାଉଥିଲେ ଓ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ରାଜି ନହେଲେ ମାଡ଼ ମାରୁଥିଲେ। ଯାଜପୁର ଦଶରଥପୁର ବ୍ଲକ ରାମବାଗ ଫାଣ୍ଡି କନେଷ୍ଟବଳ ଜିତେନ୍ଦ୍ର ବିଶ୍ବାଳଙ୍କ ରାତିଅଧରେ ଦବଙ୍ଗଗିରିକୁ ନେଇ ଚର୍ଚ୍ଚା ଓ ଆଲୋଚନା ଜୋର୍‌ ।ମେରଦା ଉପସ୍ବାସ୍ଥ୍ୟକେନ୍ଦ୍ରର ଷ୍ଟାଫ ନର୍ସଙ୍କୁ ଦୀର୍ଘ ଦିନ ଧରି ପ୍ରେମ ନିବେଦନ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସଂଗୀନ ଅଭିଯୋଗ ହୋଇଛି । ରବିବାର ରାତିରେ ପୁଣି ଘରେ ପଶି ଅସଦାଚରଣ କରିବା ସହ ମାଡ ମାରିଥିବା କହିଛନ୍ତି ପୀଡିତା । ତେବେ ଜବରଦସ୍ତି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ। ହେଲେ ପୀଡିତା ଧରାଛୁଆଁ ଦେଉନଥିଲେ। ହେଲେ ତାଙ୍କର ଏପରି କାର୍ଯ୍ୟକୁ ବିରୋଧ କରି ଆସୁଥିଲେ ଷ୍ଟାଫ୍‌ ନର୍ସ ଥିବା ପୀଡିତା। ଘଟଣାକୁ ନେଇ ଯାଜପୁର ଏସ୍‌ପି ଭିନୀତ ଅଗ୍ରୱାଲ୍‌ କହିଛନ୍ତି, ସମ୍ପୃକ୍ତ କନଷ୍ଟେବଳଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଅଧିକ ପଢନ୍ତୁ

Odisha Darpan Digital