ପ୍ରଦୀପ ମାଝୀଙ୍କ ପରେ ବିଧାୟକ ବଦ୍ରି ପାତ୍ରଙ୍କ ବଡ ବୟାନ । ନବୀନ ପଟ୍ଟନାୟକ ନ ବୁଲିବା କାରଣରୁ ବିଜେଡିର ପରାଜୟ ହେଲା । ବିଜେଡିର ସବୁ ସ୍ଥାନରେ ଭୋଟ ଅଛି କିନ୍ତୁ ନବୀନ ବୁଲିଲେନି । ଏହାପୂର୍ବରୁ ବିଜେଡି ନେତା ପ୍ରଦୀପ ମାଝୀ ବିଜେଡି ପରାଜୟ ପାଇଁ ୩ କାରଣକୁ ଦାୟୀ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା, ଦଳ ମଧ୍ୟରେ ଥିବା ଅନ୍ତଃକନ୍ଦଳ। ଖରାପ ନିର୍ବାଚନ ପରିଚାଳନାକୁ ସେ ପରାଜୟର ମୁଖ୍ୟ କାରଣ ବୋଲି ସ୍ବୀକାର କରିଛନ୍ତି।ଏବେ ବି ବିଜେଡି ପରାଜୟର କାରଣ ଖୋଜୁଛି। ନିର୍ବାଚନ ହାରିବା ପରେ ବିଜେଡିରେ ବିଦ୍ରୋହ ମୁଣ୍ଡ ଟେକୁଛି । ବିଜେଡି ନେତା ଖୋଲାଖୋଲି ଦଳର ଭିତିରି କଥା ପଦାକୁ ଆଣିଛନ୍ତି। ତେବେ ଆସନ୍ତା ନଭେମ୍ବରରୁ ଜିଲ୍ଲା ବୁଲିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୂଚନା ଦେଲେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି । ତା ପୂର୍ବରୁ ଜିଲ୍ଲା ସମୀକ୍ଷା ସାରୁଛନ୍ତି ସୁପ୍ରିମୋ । ସମୀକ୍ଷ ସମୟରେ ନବୀନଙ୍କ ଆଗରେ ନେତା ଅସନ୍ତୋଷ ଝାଡୁଛନ୍ତି । ହାରିବା ପଛରେ ନିର୍ବାଚନମଣ୍ଡଳୀ ଭିନ୍ନଭିନ୍ନ କାରଣ ରହିଛି ।