ପାରାଦୀପରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଉପକୂଳ ସମରାଭ୍ୟାସ । ଏହି ମିଳିତ ସମରାଭ୍ୟାସର ନାଁ ରଖାଯାଇଛି ‘ସାଗର କବଚ-୨’ । ଏହି ମିଳିତ ସମରାଭ୍ୟାସରେ ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନୌସେନା, ବନବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ ଏଥିରେ ସାମିଲ ହୋଇଥିବା ଜଣାପଡିଛି । ଚଳିତ ବର୍ଷର ଦ୍ବିତୀୟ ସମରାଭ୍ୟାସ ସାଗର କବଚ-୨ ଦୁଇଦିନ ଧରି ଗଭିର ସମୁଦ୍ରରେ ଆରମ୍ଭ ହୋଇଯାଇଛି। ଏହି ମିଳିତ ସମରାଭ୍ୟାସରେ ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀକୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରିବେ ୧୮ ରୁ ଉର୍ଦ୍ଧ୍ବ ବିଭାଗ। ଗଭୀର ସମୁଦ୍ରରେ ଇଣ୍ଡିଆନ ନ୍ୟାଭି, କୂଳରେ କୋଷ୍ଟଗାର୍ଡ, ମେରାଇନ ପୋଲିସ ଓ ମତ୍ସ୍ୟ ବିଭାଗ ପଇଁତରା ମାରିବା ସହିତ ଅନ୍ୟ ବିଭାଗ ଗୁଡିକ ସ୍ଥଳଭାଗରେ ଉପକୂଳକୁ ସୁରକ୍ଷା ଯୋଗାଉଛନ୍ତି। ବ୍ଲୁ ଟିମ୍ ଓ ରେଡ୍ ଟିମ୍ ଭାବେ ଦୁଇଟି ଟିମ ଗଠନ କରାଯାଇ ସମୁଦ୍ର ଭିତରକୁ ରେଡ ଟିମ ଯାତ୍ରା କରି ବିଭିନ୍ନ ମାରଣାସ୍ତ୍ର ଧରି ଉପକୂଳକୁ ପ୍ରବେଶ କରିବାକୁ ଚେଷ୍ଟା କରିବେ । ଆଉ ଉପକୂଳରେ କଡା ପ୍ରହରା ଦେଉଥିବା ବ୍ଲୁ ଟିମ ସେମାନଙ୍କୁ ପ୍ରତିହତ କରିବାକୁ ଚେଷ୍ଟା କରିବ । ମୁମ୍ବାଇ ୨୬/୧୧ ଆକ୍ରମଣର ଯେପରି ପୁନରାବୃତି ନହେବ ତାହାକୁ ନେଇ କଡା ପ୍ରହରା ନେଇ ଅଭ୍ୟାସ କରାଯାଉଛି ।