ସବୁ ଟେଷ୍ଟ ପାଇଁ ରାଜି ହେଲେ ଦୀନକୃଷ୍ଣ ମିଶ୍ର

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହୋଇପାରେ ପଲିଗ୍ରାଫ ଟେଷ୍ଟ।ଏଥିପାଇଁ ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇଛନ୍ତି ଦୀନକୃଷ୍ଣ। ଏଥିସହ ସେ ସମସ୍ତ ପ୍ରକାର ଟେଷ୍ଟ ପାଇଁ ସହମତି ପ୍ରକାଶ କରିଛନ୍ତି। ଖବର ଅନୁଯାୟୀ, ଭରତପୁର ଥାନା ହାଇଡ୍ରାମା ଘଟଣାରେ ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ । ଏହିକ୍ରମରେ ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ । କୋର୍ଟରେ ହାଜର ସମୟରେ ଥାନା ଅଧିକାରୀଙ୍କ ବ୍ରେନ୍‌ ମ୍ୟାପି, ଲାଏ ଡିଟେକ୍ସନ ଟେଷ୍ଟ, ନାର୍କୋ ଟେଷ୍ଟ ପାଇଁ କୋର୍ଟଙ୍କୁ ଅନୁମତି ଲୋଡିଥିଲା କ୍ରାଇମବ୍ରାଞ୍ଚ । କୋର୍ଟରେ ଦାବି ରଖିବା ପରେ ନିଲମ୍ବିତ ଆଇଆଇସି ମଧ୍ୟ ସମସ୍ତ ଟେଷ୍ଟରେ ସହମତି ପ୍ରକାଶ କରିଥିଲେ । ଏସଡିଜେଏମ୍ କୋର୍ଟ ଅନୁମତି ଦେବା ପରେ ଏସବୁ ପରୀକ୍ଷା ଗୁଜୁରାଟରେ କରାଯିବ।ଟେଷ୍ଟ ରିପୋର୍ଟ ଆସିବା ପରେ ପୁରା ଘଟଣାର ପର୍ଦ୍ଦାଫାଶ କରାଯିବ ।

ଅଧିକ ପଢନ୍ତୁ