ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୭ ମାସର ହାତୀ ‘ଅଭି’ର ମୃତ୍ୟୁ ଘଟିଛି ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୭ ମାସର ହାତୀ ‘ଅଭି’ର ମୃତ୍ୟୁ ଘଟିଛି । ପ୍ରାଣୀ ଚିକିତ୍ସାଳୟ ନିକଟରେ ରହୁଥିବା ହାତୀ ‘ଅଭି’ ହରପିସ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲା । ତାର ହରପିସ ପଜିଟିଭି ବାହାରିବା ପରଠାରୁ ବିଶେଷଜ୍ଞ ମନେ ଆସି ଚିକିତ୍ସା ଜାରି ରଖିଥିଲେ । ରୋଗରେ ଆକ୍ରାନ୍ତ ଯୋଗୁଁ ଅଭି ଠିକ ଭାବରେ ଖାଦ୍ୟ ଗ୍ରହଣ କରିପାରୁ ନଥିଲା। ଅଭିକୁ ୨୦୨୩ ଜୁନ ମାସ ୨୫ ତାରିଖରେ କେନ୍ଦୁଝର ଜିଲ୍ଲା ଘଟଗାଁରୁ ଉଦ୍ଧାର କରାଯାଇଥିଲା। ସେହି ସମୟରେ ତାକୁ ୨ ମାସ ବୟସ ହୋଇଥିଲା। ଘଟଗାଁରୁ ଉଦ୍ଧାର କରି ନନ୍ଦନକାନନକୁ ପ୍ରାଣୀ ଅଣାଯାଇଥିଲା। ଅଭି’କୁ ଶୀଘ୍ର ସୁସ୍ଥ କରିବା ପାଇଁ କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନର ହାତୀ ବିଶେଷଜ୍ଞ ମାନଙ୍କ ସହିତ ଯୋଗାଯୋଗ କରି ଚିକିତ୍ସା ଉନ୍ନତି ମାନର ଚିକିତ୍ସା ଜାରି ରଖିଥିଲେ ମଧ୍ୟ ଗୁରୁବାର ‘ଅଭି’ର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ଶୋକର ଛାୟା ଖେଳି ଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital