ନୀତିକାନ୍ତିରେ ବିଭ୍ରାଟ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ- ଆଇନମନ୍ତ୍ରୀ

ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିଆଯିବ ପଦକ୍ଷେପ । ଯେ କେହି ବି ହୁଅନ୍ତୁ, ତାଙ୍କ ବିରୋଧରେ ନିଆଯିବ ଦୃଢ କାର୍ୟ୍ୟାନୁଷ୍ଠାନ। ଏଭଳି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଶ୍ରୀମନ୍ଦିର ଲୁହା କଡ଼େଇ ଅବଢ଼ା ପ୍ରସଙ୍ଗରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ।ସେ କହିଛନ୍ତି, ଉକ୍ତ ମାମଲାର ଏବେ ବି ସମୀକ୍ଷା ଚାଲିଛି। ଯିଏ ବି ସମ୍ପୃକ୍ତ ଥିବା ଜଣାପଡ଼ିବ ତାଙ୍କୁ ନିସ୍ତାର ମିଳିବ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ତାଙ୍କ ବିରୋଧରେ କଠୋର ପଦକ୍ଷେପ ନେବ ।ଏହାସହିତ ମହାପ୍ରଭୁଙ୍କ ନୀତିକାନ୍ତିରେ ଯେଉଁମାନେ ବିଭ୍ରାଟ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ ଭାବେ ଚେତାବନୀ ଦେଇଛନ୍ତି।

ଅଧିକ ପଢନ୍ତୁ