ପୁଲିସ ବାଟାଲିୟନରେ କନଷ୍ଟେବଳ ନିଯୁକ୍ତି, ସର୍ବାଧିକ ବୟସସୀମା କୋହଳ

ଓଡ଼ିଶା ପୋଲିସ କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ଆବେଦନ ଚାଲିଥିବା ବେଳେ ବୟସ ସୀମାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ରାଜ୍ୟର ସବୁ ବାଟାଲିଅନ୍‌ରେ କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ବୟସ ସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।ହାଇକୋର୍ଟରେ ମାମଲା ଦାୟର କରିଥିବା ସମସ୍ତ ଆବେଦନାକାରୀଙ୍କୁ ଅନଲାଇନ ଏବଂ ଅଫଲାଇନରେ ଆବେଦନ କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ତେବେ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶନ ଉପରେ କୋର୍ଟ ଅଙ୍କୁଶ ଜାରି କରିଛନ୍ତି।ତେବେ ଏହି ପଦବୀରେ ଆବେଦନ ପାଇଁ ସର୍ବାଧିକ ବୟସ ସୀମାକୁ ନେଇ ବିବାଦ ଦେଖାଦେଇଥିଲା। ପ୍ରତିବର୍ଷ ଖାଲି ହେଉଥିବା ପଦବୀ ପୂରଣ ପାଇଁ ନିୟମ ରହିଥିଲା ମଧ୍ୟ ୨୦୧୮ ପରଠୁ ଆଉ ନିଯୁକ୍ତି କରାଯାଇ ନ ଥିବା ବେଳେ ୫ ବର୍ଷ ବ୍ୟବଧାନରେ ପରୀକ୍ଷା ହେଉଥିବାରୁ ବୟସ ସୀମାକୁ ନେଇ ବିବାଦ ଦେଖା ଦେଇଥିଲା। ଯେଉଁଥିପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନେକ କନଷ୍ଟେବଲ୍‌ ଆଶାୟୀ।

ଅଧିକ ପଢନ୍ତୁ