ନାଲି କଙ୍କଡ଼ା ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେଉଥିବା କୁହାଯାଉଥିବା ବେଳେ ଏହି କଙ୍କଡ଼ା ଉପରେ ଜୀବବିଜ୍ଞାନୀମାନେ ଅଧିକ ଗବେଷଣା କରିବା ଜରୁରୀ ହୋଇପଡ଼ିଛି। ଏହି ନାଲିକଙ୍କଡ଼ା ସମୁଦ୍ରରେ ସୁନାମି ଓ ସାମୁଦ୍ରିକ ଝଡ଼ର ଆଗୁଆ ସୂଚନା ଦେଇଥାଆନ୍ତି ବୋଲି ପରିବେଶବିତ୍ ମତ ରଖିଛନ୍ତି। ପରିବେଶ ପ୍ରଦୂଷଣ, ଲୁଣା ଜଙ୍ଗଲ ଧ୍ବଂସ, ଟ୍ରଲର ଚଳାଚଳ, ପ୍ଲାଷ୍ଟିକ ଓ ପଲିଥିନ ଅତ୍ୟଧିକ ବ୍ୟବହାର, କଙ୍କଡ଼ାକୁ ଧରିବା ଯୋଗୁ ଏମାନଙ୍କ ସଂଖ୍ୟା ବିଲୁପ୍ତ ହେବାକୁ ଯାଉଛି।ବିଶେଷ ଭାବେ ବଙ୍ଗୋପସାଗର କୂଳରେ ବିଭିନ୍ନ ପ୍ରଜାତିର କଙ୍କଡ଼ା ଦେଖିବାକୁ ମିଳିଥାଏ। ଓଡ଼ିଶା ସୀମାନ୍ତ ଉଦୟପୁର, ତାଳସାରୀ, ବିଚିତ୍ରପୁର, ଡଗରା, ଚୌମୁଖ, ହସକରା, ଦୁବଲାଗଡ଼ି, ଖଣ୍ଡିଆ ମୁହାଣ ସହିତ ଭିତରକନିକାରେ ମଧ୍ୟ ନୀଳ ଓ ନାଲିକଙ୍କଡ଼ା ଉଣା ଅଧିକେ ଦେଖାଯାନ୍ତି। ସେହିପରି ପଶ୍ଚିମବଙ୍ଗର ଦୀଘା, ଶଙ୍କରପୁର, ମନ୍ଦାରମଣି, ସାଗରଦୀପ ଓ ସୁନ୍ଦରବନ ଅଞ୍ଚଳରେ ନାଲିକଙ୍କଡ଼ା ସମୁଦ୍ରକୂଳ ଲୁଣାଜଙ୍ଗଲ ଓ ସମୁଦ୍ରକୂଳ ବାଲିସ୍ତୁପରେ ୨୦ରୁ ୩୫ ଇଞ୍ଚ ମଧ୍ୟରେ ଗାତ କରି ରହିଥାନ୍ତି। ଦିନବେଳେ ଗାତ ମୁହଁରେ ସୁରକ୍ଷା ପାଇଁ ଜଗି ରହୁଥିବା ବେଳେ ରାତିରେ ଏମାନେ ଚଳଚଞ୍ଚଳ ହୁଅନ୍ତି। ପୁରୁଷ ରଜା କଙ୍କଡ଼ା ୨୦ରୁ ୩୦ବର୍ଷ ବଞ୍ଚତ୍ପାରେ ବୋଲି କେତେଜଣ ଜୀବବିଜ୍ଞାନୀ ତଥ୍ୟ ଦେଇଥିବାବେଳେ ଅନ୍ୟ କେତେଜଣ ୪ରୁ ୬ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ଥାନ୍ତି ବୋଲି ମତ ରଖିଛନ୍ତି। କେତେକ ଛୋଟ ଓ ବଡ଼ ନାଲିକଙ୍କଡ଼ା ୪ରୁ ୯ ଇଞ୍ଚ ଲମ୍ବ ଓ ୭ରୁ ୯ ଇଞ୍ଚ ଉଚ୍ଚତା ବିଶିଷ୍ଟ ହୋଇଥାନ୍ତି। ଏହି କଙ୍କଡ଼ା ମାଟିର ଉର୍ବରତା ବଢ଼ାଇବା ସହ ଜଙ୍ଗଲ ବୃଦ୍ଧି କରି ଜୈବବିବିଧତାକୁ ସନ୍ତୁଳିତ କରିଥାନ୍ତି। ଏମାନେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡ଼ିଥା’ନ୍ତି। ନାଲି କଙ୍କଡ଼ା ଖାଦ୍ୟ ରୂପେ ବ୍ୟବହାର ହେବା ସହିତ ଏହାର ଖୋଳପାକୁ ମାଛ ଖାଦ୍ୟ, ଅମେଗା ୩ ଫ୍ୟାଟି ଏସିଡ୍, ଭିଟାମିନ ବି -୧୨ ଓ ହାର୍ଟବିଟ୍କୁ ଠିକ୍ ରଖେ |