ଦୁର୍ଗାପୂଜାରେ ମା’ ଦୁର୍ଗାଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ । ମଣ୍ଡପରେ ପଶି ମା’ ଦୂର୍ଗାଙ୍କ ସମେତ ପାର୍ଶ୍ଵ ଦେବାଦେବୀଙ୍କ ସୁନା, ରୂପା ଗହଣା ଲୁଟି ନେଇ ଫେରାର ହୋଇଗଲେ । ଏପରି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାରୁ। ଏନେଇ କୋରେଇ ଥାନାରେ ଅଭିଯୋଗ ହୋଇଛି।
ଗତକାଲି ରାତିରେ ଚୋରମାନେ କୋରେଇ ଥାନା ବରୁଣ୍ଡେଇବଙ୍ଗାଳୀ ସାହି ପୂଜା ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିଲେ। ମାଆ ଦୁର୍ଗାଙ୍କ ମୂର୍ତ୍ତି ସହ ପାର୍ଶ୍ୱ ଦେବାଦେବୀଙ୍କ ଠାରୁ ଅଳଙ୍କାର ଚୋରମାନେ ନେଇଯାଇଥିଲେ। ମା’ଙ୍କର ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଛି। କୋରେଇ ଥାନାରେ ଅଭିଯୋଗ ପରେ ପୋଲିସ ଛାନ୍ଭିନ୍ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ଲୁଟେରା ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।