ଦାନା ପ୍ରଭାବରେ ବର୍ଷା ଆଣିବ ଶୀତ

ବାତ୍ୟା ଦାନା ପ୍ରଭାବରେ ମାସ ଶେଷ ଯାଏ ପାଗ ମେଘୁଆ ରହିବ। ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହେବ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସ୍ଥିତି ପରେ ପାଗ ଥଣ୍ଡା ପଡ଼ିଯାଇଛି । ଗତ ୨ଦିନ ଧରି ରାତି ବେଳା ସାମାନ୍ୟ ଥଣ୍ଡା ଅନୁଭୂତ ହେଉଛି ।

ଗୁରୁବାର ଫୁଲବାଣୀରେ ରାତିର ତାପମାତ୍ରା ସବୁଠୁ କମ୍‌ ବା ୧୭.୫ ଡିଗ୍ରୀ, ଅନୁଭୂତ ହୋଇଥିଲା । ଦାରିଙ୍ଗିବାଡ଼ି, ଢେଙ୍କାନାଳ, ଅନୁଗୁଳ, ନବରଙ୍ଗପୁର ଭଳି ସ୍ଥାନରେ ରାତିରେ ଥଣ୍ଡା ପଡ଼ିଥିଲା । ଏହି ୫ଟି ସ୍ଥାନର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା । ଆଗକୁ ମଧ୍ୟ ଏହିଭଳି କୋହଲା ପାଗ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ୨୭ରୁ ପାଗ ଫିଟିବ । ତା’ ପରେ ଆଉ ବିଶେଷ ବର୍ଷା ସମ୍ଭାବନା ନାହିଁ ।

ଅଧିକ ପଢନ୍ତୁ