ଖାଇବା ତେଲର ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଖାଉଟି

ପାର୍ବଣ ଋତୁରେ ଖାଇବା ତେଲ ଦର ଆକାଶଛୁଆଁ । ନିରନ୍ତର ଭାବେ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି । ଗତ ମାସ ତୁଳନାରେ ଚଳିତ ମାସରେ ପାମ୍‌ ଅଏଲ୍ ଦର ୩୭% ବଢ଼ିଗଲାଣି । ଫଳରେ ଏହା ହାଣ୍ଡିଶାଳ ବଜେଟକୁ ପ୍ରଭାବିତ କରିଛି । ପନିପରିବା, ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁଁ ସେପ୍ଟେମ୍ବରରେ ଖୁଚୁରା ମୁଦ୍ପାସ୍ପୀତି ୯ମାସର ୫.୫ ପ୍ରତିଶତ ସ୍ତର ଛୁଇଁଥିଲା । ଗତମାସରେ କେନ୍ଦ୍ର ସରକାର ଅଶୋଧିତ ସୋୟାବିନ୍, ପାମ୍ ଓ ସୂର୍ଯ୍ୟମୂଖୀ ତେଲର ଆମଦାନି ଟିକସ ବଢାଇଥିଲେ । ଭାରତ ତାର ମୋଟ ଖାଇବା ତେଲର ଆବଶ୍ୟକତାର ୫୮ % ଆମଦାନି ଦ୍ବାରା ପୂରଣ କରୁଛି । ଯାହାକୁ ନେଇ ଖାଇବା ତେଲର ଦର ବଢିବାରେ ଲାଗିଛି । ସେହିଭଳି ତେଲ ବ୍ୟବହାର କରି ଜଳଖିଆ ପ୍ରସ୍ତୁତ କରୁଥିବା ମିଠା ଦୋକାନ, ହୋଟେଲ ଏବଂ ରେଷ୍ଟୁରାଷ୍ଟ ଗୁଡ଼ିକରେ ତୈଳ ବୃଦ୍ଧିର ଚାପ ପଡ଼ିଛି । କେବଳ ପାମ୍‌ ଅଏଲ ନୁହେଁ ଘରେ ବ୍ୟବହାର ହେଉଥିବା ସୋରିଷ ତେଲ ଦର ମଧ୍ୟ ଉପରମୁହାଁ ହୋଇଛି । ଗତ ମାସ ତୁଳନାରେ ସୋରିଷ ତେଲ ଦର ୨୯% ବୃଦ୍ଧି ପାଇଛି ।

ଅଧିକ ପଢନ୍ତୁ