୧ ଦିନ ପରେ ବି ଶବ ସତ୍କାର ପାଇଁ ମିଳୁନି ଜାଗା

ନବରଙ୍ଗପୁର ଜିଲ୍ଲା ପଣ୍ଡିକୋଟ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ମୃତକ ହେଲେ ପଣ୍ଡିକୋଟ ଗାଁର ଡୋମୁ ଜାନୀ । ଗତକାଲି ସକାଳେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାଏ ମୃତଦେହ ଘରେ ପଡ଼ି ରହିଛି।ଶବ ଦାହ ପାଇଁ ରାଜି ହେଉ ନାହାନ୍ତି ଗ୍ରାମବାସୀ। ଧର୍ମ ପରିବର୍ତ୍ତନ ଅଭିଯୋଗ ବିବାଦରୁ ଶବ ଦାହ ପାଇଁ ଗ୍ରାମବାସୀ ଅରାଜି ହେବାରୁ ପ୍ରଶାସନ ବୁଝାସୁଝା ସତ୍ତ୍ବେ ବି ମାନୁ ନାହାନ୍ତି ଗାଁର ଲୋକ। ମୃତକ ହେଲେ ପଣ୍ଡିକୋଟ ଗାଁର ଡୋମୁ ଜାନୀ।ଧର୍ମ ପରିବର୍ତ୍ତନ କରିଥିବାରୁ କେଉଁଠି ତାଙ୍କର ଶେଷ କୃତ୍ୟ କରାଯିବ ସେହି ଚିନ୍ତାରେ ପଡ଼ିଥିଲେ ପରିବାର ଲୋକ। ଗାଁ ଶ୍ମଶାନରେ ସ୍ଥାନ ଦେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଗ୍ରାମବାସୀ ଆଦୌ ଅନୁମତି ଦେଇନଥିବା ବେଳେ ଖବର ପାଇଁ ପାପଡାହାଣ୍ଡି ଅତରିକ୍ତ ତହସିଲଦାର, ପାପଡାହାଣ୍ଡି ଏସଡିପିଓ ଓ ପୋଲିସ ପହଂଚି ବୁଝାସୁଝା କରିଥିଲେ ବି ଅରାଜି ହୋଇଛନ୍ତି ଗାଁ ଲୋକ।

ଅଧିକ ପଢନ୍ତୁ