ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆଯାଉଛି ଭାତ ସହ କେବଳ ଲୁଣ, ଲଙ୍କା। ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଟୋଲକାନି ଅଞ୍ଚଳର ଝାଡ଼େଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ |ସୂଚନା ମୁତବକ ଦୀର୍ଘ ଦୁଇବର୍ଷ ହେବ ଏଭଳି ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। କେତେବେଳେ ବିସ୍କୁଟତ କେତେବେଳେ ମଧ୍ୟାହ୍ନ ଭୋଜନ ରୁ ଅଣ୍ଡା ଗାଏବ। ତେବେ ପିଲା ମାନଙ୍କୁ ଖାଲି ଭାତ ଖାଇବାକୁ ଦିଆଯିବାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ଏମିତି ପିଲାଙ୍କୁ ବିଭିନ୍ନ ସମୟରେ ଉପାସ ରହିବାକୁ ପଡୁଛି। ସେପଟେ ପ୍ରଧାନ ଶିକ୍ଷକ ମନ ଇଚ୍ଛା ସ୍କୁଲ ଆସୁଥିବା ମଧ୍ୟ ଅଭିଯୋଗ ହୋଇଛି। ସମସ୍ୟା ଶୀଘ୍ର ସମାଧାନ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅବିଭାବକ। ତେବେ ଏହି ଘଟଣାର ଅନୁଧ୍ୟାନ କରାଯାଉଛି । ଏହାର ତଦନ୍ତ କରାଯିବା ପରେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।