ଦାରିଙ୍ଗବାଡ଼ିରେ ପହିଲି ଶୀତ , ମଜା ନେବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ଆସିଲା ଶୀତ, ପହିଲି ଶୀତର ମଜା ନେବାକୁ ଦାରିଙ୍ଗବାଡ଼ିମୁହାଁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ। ହୋଟେଲଠାରୁ ଆରମ୍ଭ କରି ପର୍ଯ୍ୟଟନକ୍ଷେତ୍ର ଯୁଆଡ଼େ ଦେଖିବେ ଶହ ଶହ ପର୍ଯ୍ୟଟକ। ଫୁଲବାଣୀ ଏବଂ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରେକର୍ଡ ହୋଇଛି। ଫଳରେ ଫୁଲବାଣୀ ସମେତ ଦାରିଙ୍ଗବାଡ଼ି, ବେଲଘର, ଘୁ.ଉଦୟଗିରି, କୋଟଗଡ଼, ସୁବର୍ଣ୍ଣଗିରି, ରାଇକିଆ ଅଞ୍ଚଳ‌ରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ଅନୁଭୂତ ହେଉଛି। ଅନ୍ୟପଟେ ଅନୁଗୋଳରେ ରାତି ତାପମାତ୍ରା ୧୮.୪, କେନ୍ଦୁଝର ୧୯.୪, ସୁନ୍ଦରଗଡ ୧୯, ଭବାନୀପାଟଣା ୧୮.୪, କୋରାପୁଟ ୧୯.୮ ଏବଂ ରାଉରକେଲାରେ ୧୯.୮ ଡିଗ୍ରୀ ପାରଦ ରହିଛି। ଅନ୍ୟାନ୍ୟ ସ୍ଥାନ ଗୁଡିକରେ ରାତି ତାପମାତ୍ରା ୨୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି। କନ୍ଧମାଳରେ ଅକ୍ଟୋବର ପ୍ରଥମ ସପ୍ତାହରୁ ଶୀତ ପଡିବା କଥା, ହେଲେ ଚଳିତ ବର୍ଷ ବିଳମ୍ବ ହୋଇଛି।

ଅଧିକ ପଢନ୍ତୁ