ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ ପ୍ରସଙ୍ଗକୁ ବେଶ୍ ରାଜନୀତି ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ଏବେ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟାବଂଶୀ ପ୍ରତିକ୍ରିୟା ରଖିବା ସହ ଖୁବଶୀଘ୍ର ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ଉପରେ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଆସିବ। ସୂଚନାରୁ ଯୋଗ, ଗତ କିଛିଦିନ ହେଲା ଯାତ୍ରା ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରକ୍ଷଣଶୀଳ ବ୍ୟକ୍ତି ନିଜ ପରିବାର ଲୋକଙ୍କ ସହ ଯାତ୍ରା ଦେଖିବାକୁ ଆସୁଛନ୍ତି। ହେଲେ ନାଟକ ଆରମ୍ଭ ପୂର୍ବରୁ ହେଉଥିବା ଅଶ୍ଳୀଳ ନୃତ୍ୟକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଉଛି। ରାଜ୍ୟ ସରକାରଙ୍କ କଡ଼ା ତାଗିଦ ସତ୍ତ୍ୱେ କେତେକ ଅନୁଷ୍ଠାନ ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଉଛନ୍ତି।ସଂସ୍କୃତି ମନ୍ତ୍ରୀ କହିଛନ୍ତି କିଛି ଦିନ ହେବ ଯାତ୍ରାରେ ଅପ ସଂସ୍କୃତି ଆରମ୍ଭ ହୋଇଛି । ଏ ନେଇ ଖୁବଶୀଘ୍ର ଆଇନ ଆସିବାକୁ ଯାଉଛି। ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତଙ୍କ ସହଯୋଗ ଦିଆଯିବ। ଅଶ୍ଳୀଳତାକୁ ନେଇ କେବଳ କମିଟିକୁ ଦାୟୀ କଲେ ହେବନି, ଦର୍ଶକମାନେ ବି ଦାୟୀ। ଆମ ମାନସିକତାରେ ସ୍ୱଛତା ଆସିଲେ, ଯାତ୍ରାରେ ଅଶ୍ଲୀଳତା କମିବ।