ନାବାଳିକଙ୍କୁ ହୋଟେଲକୁ ଯୌନ ଶୋଷଣ କଲେ ଏକ ହୀରା କମ୍ପାନୀର ମ୍ୟାନେଜର। ମାତ୍ର ତା’ ପରେ ପରେ ହୃଦଘାତରେ ସେ ଆଖି ବୁଜିଲେ। ଏପରି ଏକ ଅଭାବନୀୟ ଘଟଣା ମୁମ୍ବାଇର ଏକ ହୋଟେଲରେ ଘଟିଛି।ତେବେ ନାବାଳିକା ମା’ଙ୍କ ଅଭିଯୋଗରେ ବିଏନଏସ ଏବଂ ପୋକସୋ ଅଧିନିୟମ ଅଧିନରେ ମାମଲା ଦାୟର କରିଛନ୍ତି ।
ପୋଲିସ୍ ସୂଚନା ଅନୁଯାୟୀ, ହୀରା କମ୍ପାନୀର ୪୧ ବର୍ଷୀୟ ମ୍ୟାନେଜର ଜଣକ କାମ ଦେବାର ପ୍ରତିଶ୍ରୁତି ଦେଇ ୧୪ ବର୍ଷୀୟା ନାବାଳିକାଙ୍କୁ ଗୁଜରାଟରୁ ନିଜ ସହ ମୁମ୍ବାଇ ନେଇ ଆସିଥିଲେ । ସେଠାରେ ସେ ନାବାଳିକାଙ୍କୁ ଏକ ହୋଟେଲରେ ରଖିଥିବା ବେଳେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ମାତ୍ର ଏହାର କିଛି ସମୟ ପରେ ମ୍ୟାନେଜରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।ଏହାଦେଖି ହୋଟେଲ କର୍ମଚାରୀ ତାଙ୍କୁ ନିକଟସ୍ଥ ମେଡିକାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରୁ ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।