ବନ ବିଭାଗ ନିଷ୍ପତ୍ତି କ୍ରମେ ଆସନ୍ତା ୧୪ ଓ ୧୫ ଦୁଇଦିନ ଧରି ଢେଙ୍କାନାଳ ଜିଲ୍ଲାରରେ ହେବ ହାତୀ ଗଣନା । ଏଥିପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ହାତୀ ସଂଖ୍ୟାରେ ଶିମିଳିପାଳ ଏକ ନମ୍ବର ହୋଇଥିବା ବେଳେ ଦ୍ୱିତୀୟରେ ରହିଛି ଢେଙ୍କାନାଳ । ହାତୀ ଗଣନା ପାଇଁ ଜିଲ୍ଲାରେ ସମସ୍ତ ୮ଟି ରେଞ୍ଜର , ଫରେଷ୍ଟ ଗାର୍ଡ , ଡେପୁଟି ରେଞ୍ଜର ଓ ଫରେଷ୍ଟର ଏବଂ ହାତୀ ସ୍କ୍ୱାଡ କର୍ମଚାରୀ, ଟ୍ରାକର ଆଦିଙ୍କୁ ନେଇ ୪୦୦ରୁ ଉଦ୍ଧ୍ୱ ଲୋକଙ୍କୁ ନିୟୋଜିତ କରାଯାଇଛି । ଜିଲ୍ଲାରେ ୩୦୦ରୁ ଅଧିକ ହାତୀ ରହିଥିବା ବେଳେ କେବଳ ହିନ୍ଦୋଳ ରେଞ୍ଜ ୨୦୦ ହାତୀ ଥିବା ଜଣାପଡିଛି ।