କଟକ ଗଣଦୁଷ୍କର୍ମ ଘଟଣାରେ ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ ।  

କଟକ ଗଣଦୁଷ୍କର୍ମ ଘଟଣାରେ ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ ।  ଦୋଷୀଙ୍କୁ ଦଣ୍ଡିତ କରିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।  ଏହି ମାମଲାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି ।  ମହିଳାଙ୍କ ଉପରେ ଆକ୍ରମଣ, ନିର୍ଯାତନା କିମ୍ବା ଦୁଷ୍କର୍ମ ଘଟଣାକୁ ସରକାର କଠୋର ଭାବେ ଦମନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ମହିଳା ବିରୋଧୀ ଅପରାଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।  ଦୋଷୀକୁ ଦଣ୍ଡିତ କରିବାରେ କୌଣସି ଟାଳଟୁଳ ନୀତି ଆପଣାଯିବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ।  ଏହା ସହ ୨୦୩୬ ସୁଦ୍ଧା ଓଡିଶା ଦେଶରେ ମହିଳା ବିରୋଧୀ ଅପରାଧ ମୁକ୍ତ ହେବ ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ