ବଦଳିଲା ଓଡିଶା ନର୍ସଙ୍କ ଡ୍ରେସ୍‌ କୋଡ୍‌

ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନର୍ସଙ୍କ ଡ୍ରେସ୍‌ କୋଡ୍‌ରେ ପରିବର୍ତ୍ତନ ହୋଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଡିଏନଏସ୍, ଏନଏସ୍ ଅଧିକାରୀଙ୍କ ୟୁନିଫର୍ମ କୋଲାରରେ ସମ୍ବଲପୁରୀ ଡିଜାଇନ୍ ରହିବ । ଜେନେରାଲ ଓ୍ବାର୍ଡରେ ଡ୍ୟୁଟି କରୁଥିବା ନର୍ସ ଧଳା ରଙ୍ଗର ଆପ୍ରନ୍‌ ପିନ୍ଧିବେ ବୋଲି ନିଷ୍ପତ୍ତି ନିଆଯାଇଛି।ଏଣିକି ସେବା କ୍ଷେତ୍ରରେ ବି ଦେଖିବାକୁ ମିଳିବ ଓଡିଆ ଅସ୍ପିତାର ଝଲକ । ଏନେଇ ପୂର୍ବରୁ ନର୍ସିଂ ସଂଘ ଦାବି କରିଆସୁଥିବାବେଳେ ଏବେ ଏହି ଦାବି ପୂରଣ ହୋଇଛି । ଏନେଇ ସହମତି ପ୍ରଦାନ କରିଛିରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ।

ଅଧିକ ପଢନ୍ତୁ

kc ads