ଏଣିକି ୭ ବର୍ଷ ପରେ ଜଣେ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ହୋଇପାରିବେ ଇନ୍ସପେକ୍ଟର।

ରାଜ୍ୟ ସରକାର ପୁଲିସ କର୍ମଚାରୀମାନଙ୍କ ପାଇଁ ଏକ ଭଲ ଖବର ଆଣିଛନ୍ତି। ପୁଲିସ ବିଭାଗରେ ପଦୋନ୍ନତି ନେଇ ଏସ୍‌ଆଇମାନଙ୍କ ପାଇଁ ଏହି ଖବର ଆଣିଛନ୍ତି। ଏଣିକି ୭ ବର୍ଷ ପରେ ଜଣେ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ହୋଇପାରିବେ ଇନ୍ସପେକ୍ଟର। ଏସ୍‌ଆଇମାନଙ୍କ ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ଖସାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ଚାକିରି କରିବାର ୧୦ ବର୍ଷ ପରେ ଜଣେ ଏସ୍‌ଆଇ ହେଉଥିଲେ ଇନ୍ସପେକ୍ଟର। ୭ ବର୍ଷ ପରେ ଏସ୍‌ଆଇମାନଙ୍କୁ ପଦୋନ୍ନତି ନେଇ ଆଜି ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ୨୦୨୪ ଜାନୁଆରି ୧ ତାରିଖ ସୁଦ୍ଧା ଯେଉଁମାନେ ଲଗାତାର ୭ ବର୍ଷ ଏସ୍‌ଆଇ ଭାବେ କାର୍ଯ୍ୟ କରିସାରିଥିବେ ସେମାନଙ୍କୁ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ଦେବା ପାଇଁ ବିଚାର କରାଯିବ।

ଅଧିକ ପଢନ୍ତୁ