ଖୁବ୍‌ଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ 

ଚାଷୀଙ୍କ ପାଖକୁ ଫେରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି । ଘରୋଇ ଭାବେ ଅଧିଗ୍ରହଣ କରାଯାଇଥିବା ଜମି ଫେରସ୍ତ ହେବ । ପ୍ରତି ବଦଳରେ ଚାଷୀମାନେ ନେଇଥିବା କ୍ଷତିପୂରଣ ରାଶି ଫେରାଇବେ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି । ୨୦୦୬ ମସିହା ଜୁଲାଇ ୧୯ ତାରିଖରେ ବେଦାନ୍ତ ଫାଉଣ୍ଡେସନ ସାଙ୍ଗରେ ଚୁକ୍ତିନାମା କରିଥିଲେ ତତ୍କାଳୀନ ରାଜ୍ୟ ସରକାର । ଖୁବ୍ ଶୀଘ୍ର ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିବେ । ଏହି ପ୍ରକ୍ରିୟା ପାଇଁ ଲୋକଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବନି । ଦିନେ ଦୁଇ ଦିନ ଭିତରେ ପ୍ରକ୍ରିୟା ସରିବ । ବିଜ୍ଞପ୍ତି ପ୍ରକାଶ ପାଇବ ତାପରେ ଜମି ଫେରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।

ଅଧିକ ପଢନ୍ତୁ