ଶିମିଳିପାଳକୁ ଆସିଲା ଦ୍ବିତୀୟ ବାଘୁଣୀ ‘ଗଙ୍ଗା’

ଶିମିଳିପାଳକୁ ଆସିଲା ଦ୍ଵିତୀୟ ବାଘୁଣୀ। ପ୍ରଥମ ବାଘୁଣୀ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟରେ ମୁକ୍ତ ଭାବେ ଛଡାଯିବା ପରେ ଆଜି ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ ଟାଇଗର ରିଜର୍ଭ ରୁ ଆସି ମୟୂରଭଞ୍ଜ ପହଞ୍ଚି ସାରିଛି ଆଉ ଏକ ବାଘୁଣୀ। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲକୁ ଯାଇଥିଲା ଶିମିଳିପାଳର ଏକ ସ୍ବତନ୍ତ୍ର ୧୦ ଜଣିଆ ଟିମ୍ । ତଡ଼ବା ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରାଯାଇ ବାଘୁଣୀକୁ ସ୍ଵତନ୍ତ୍ର ଜନ୍ତାରେ ଶିମିଳିପାଳକୁ ଅଣାଯାଇଛି । ଶିମିଳିପାଳ କବାଟଘାଇ ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜୋରରେ ବାଘୁଣୀ ଗଙ୍ଗାକୁ ଛଡ଼ାଯିବ। ଏଥିପାଇଁ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ପ୍ରସ୍ତୁତ ଥିବା ଜଣା ପଡିଛି ।

୨୦୨୩ ବାଘ ଗଣନା ଅନୁସାରେଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାବଳ ବାଘ ସଂଖ୍ୟା ବଢିଛି । ୩୯ଟି ବାଘ ଥିବା ବେଳେ ୫୦ପ୍ରତିଶତ କଳା ବାଘ ରହିଛନ୍ତି। ତେଣୁ ଭବିଷ୍ୟତରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବାହାର ରାଜ୍ୟରୁ ଦୁଇଟି ବାଘୁଣୀ ଆଣିବା ନେଇ ଯୋଜନା ହୋଇଥିଲା। ତିନିମାସ ତଳେ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଏନଟିସିଏକୁ ଆବେଦନ କରିଥିଲେ। ଏନ.ଟି.ସି.ଏ ପକ୍ଷରୁ ଅନୁମତି ମିଳିବା ପରେ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିଲେ। ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଯମୁନାକୁ ଛଡାଯାଇଥିଲା ।

ଅଧିକ ପଢନ୍ତୁ

Odisha Darpan Digital