ରାଯଗଡ ଜିଲ୍ଲାଦୀର୍ଘ ବର୍ଷ ର ବ୍ୟବଧାନ ପରେ ଆଜି ଓଡିଶା କନଷ୍ଟେଵଲ/ ସିପାହୀ ମହାସଂଘ ର ନିର୍ବାଚନ ପ୍ରକ୍ରିୟା ଶ୍ୟାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ 7 ବର୍ଷ ର ବ୍ୟବଧାନ ପରେ ମାନ୍ୟବର ଅଦାଲତ High court ଙ୍କ ଆଦେଶ ଏବଂ ଓଡିଶା ସରକାର ଙ୍କ ସହଯୋଗ ବଳରେ ଓଡିଶା ପୋଲିସ ର 70ହଜାର କର୍ମଚାରୀ ଙ୍କ ତରପରୁ 50ଗୋଟି ଶାଖାସଙ୍ଘ ର 250 ଜଣ ଶାଖାସଙ୍ଘ କର୍ମକର୍ତା ମତଦାନ ଦେଇ 7 ଜଣ ମହାସଂଘ କର୍ମକର୍ତା ଙ୍କୁ ମନୋନୀତ କରିବାକୁ ଆଜି ଭୋଟ ଦାନ ପ୍ରତ୍ୟେକ ଜିଲ୍ଲା sp ଅଫିସ ରେ କରାଗଲା l ଏଥିରେ ରାୟଗଡା ଜିଲ୍ଲା ର ଶାଖାସଙ୍ଘ ର କର୍ମକର୍ତା ସଭାପତି ଶ୍ରୀ ଅନିଲ ଦଣ୍ଡସେନା, ଉପସଭାପତି ଶ୍ରୀ ଦିଲୀପ ସିଂ, ସମ୍ପାଦକ ଶ୍ରୀ ସତ୍ୟଜିତ ମହାପାତ୍ର, କୋଷାଧକ୍ଷ ଶ୍ରୀ ସଞ୍ଜୟ ଗମାଙ୍ଗ ଏବଂ ଯୁଗ୍ମ ସମ୍ପାଦକ ‘କ ‘ ଶ୍ରୀ ରାଜେଶ କୁମାର ଲାକ୍ରା ନିଜର ମତଦାନ ଦେଇଛନ୍ତି l ଦୀର୍ଘ ବର୍ଷ ର ବ୍ୟବଧାନ ପରେ ନିର୍ବାଚନ ହେଉଥିବାରୁ କର୍ମଚାରି ଙ୍କ ମଧ୍ୟ ରେ ଉତ୍ସାହ ର ବାତାବରଣ ଦେଖା ଯାଇଥିଲା l ଏହା ପୂର୍ବ ରୁ ମହାବିଦ୍ୟାଳୟ ରେ ତଥା ଅନେକ କ୍ଷେତ୍ର ରେ ନିର୍ବାଚନ କୂ ବାତିଲ କରାଯାଇଥିଲା l ନୂତନ ସରକାର ଏ ଦିଗରେ ଧ୍ୟାନ ଦେଇ ଉଚ୍ଚ ନ୍ୟାୟାଳୟ ର ଆଦେଶ କୂ ସମ୍ମାନ ଜଣାଇ ନିର୍ବାଚନ ପ୍ରକ୍ରିୟା କୂ ଅନୁମତି ଦେଇ ଥିବାରୁ କର୍ମଚାରୀ ଗଣ ନ୍ୟାୟାଳୟ ଏବଂ ନୂତନ ସରକାର ଙ୍କୁ କୃତଯ୍ୟତା ଜଣାଇଛନ୍ତି l ଏହି ନିର୍ବାଚନ ର ଫୋଳାଫଳ ଆଗାମୀ ଦିନ ରେ କର୍ମସହାରୀ ଙ୍କ ଉର୍ଣ୍ଣତି ଦିଗରେ ସହାୟକ ହେବ ବୋଲି କର୍ମଚାରୀ ମାନେ ମତ ପ୍ରକାଶ କରିଛନ୍ତି lଏଥିରେ ରାୟଗଡା SP ଶ୍ରୀମତୀ ସ୍ଵାତି ସ. କୁମାର ଏବଂ ADDL SP ବିଷ୍ଣୁ ପ୍ରସାଦ ପାତ୍ର ସମସ୍ତ ନିର୍ବାଚନ କାର୍ଯ୍ୟ ସମ୍ପାଦନ କରିଥିଲେ l