ଆଜି ବରଗଡ଼ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ । ଏଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଆଜି ଦିନ ୧୦ଟାରେ ବରଗଡ଼ ସଦର ବ୍ଲକ କଳାପାଣି ମାର୍କେଟ ୟାର୍ଡ ଏବଂ ଅତାବିରା ବ୍ଲକ ଗୋଡଭଗା ଏବଂ ଅତାବିରା ମାର୍କେଟ ୟାର୍ଡ ଠାରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ପ୍ରଥମ ପର୍ଯ୍ୟାୟରେ ୭୩ ଲକ୍ଷ ୫୪ ହଜାର ୩୪୭ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି । ୧ ଲକ୍ଷ ୫୫ ହଜାର ୬୧୭ ଚାଷୀ ଧାନ ପଞ୍ଜିକରଣ କରିଥିବା ବେଳେ ୧ ଲକ୍ଷ ୩୩ ହଜାର ୫୩ ଟି ଟୋକନ ଆସିଛି ।ଦଲାଲମାନେ ଯେପରି ମଣ୍ଡିକୁ ନ ଆସିବେ ସେଥିପାଇଁ ପାଟ୍ରୋଲିଂ କରାଯିବ । ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଲେଖାଏଁ ଚାଷୀଙ୍କୁ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ତେବେ ୪୮ ଘଣ୍ଟା ଭିତରେ ଟଙ୍କା କେମିତି ଚାଷୀଙ୍କ ଖାତାକୁ ଯିବ ସେ ସବୁର ଟିକିନିଖ୍ ତଦାରଖ କରିଛନ୍ତି ସ୍ଥାନୀୟ ଜିଲ୍ଲାପାଳ।ସମସ୍ତ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯାଇଛି । ଏ ନଫୋର୍ସମେଣ୍ଟ ଗାଡିରେ ଜିପିଏସ ଖଞ୍ଜାଯାଇଛି । ଟୋକନ ଏବଂ ଗ୍ରେନ ଆନାଲାଇଜର ମେସିନକୁ ନେଇ ଚାଷୀ ଦ୍ଵନ୍ଦ୍ବ ରେ ଥିବା ବେଳେ ସମସ୍ତ ଅବ୍ୟବସ୍ଥା ର ସମାଧାନ ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।