ବ୍ୟକ୍ତିଗତ ହାଜିର ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ବ୍ୟକ୍ତିଗତ ହାଜିର ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାରମ୍ବାର ତାଗିଦ ସତ୍ତ୍ୱେ ରିଭାଇଜ୍‌ ମେରିଟ୍‌ ଲିଷ୍ଟ ଦାଖଲ ନ କରିବାରୁ ଗୁରୁବାର କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।ନିଯୁକ୍ତିରେ ଅନିୟମିତତା ନେଇ ହୋଇଛି ଅଭିଯୋଗ। ଡେଣ୍ଟାଲ ସର୍ଜନ ମେରିଟ ଲିଷ୍ଟ ମଗାଇଥିଲେ ହାଇକୋର୍ଟ।

ତାହା ଦେବାରେ ସକ୍ଷମ ହୋଇ ନଥିଲା ଓପିଏସସି। ଭୀଷଣ ବିରକ୍ତ ପ୍ରକାଶ କଲେ ମୁଖ୍ୟ ବିଚାରପତି। ମେରିଟ ଲିଷ୍ଟ ସହିତ ଓପିଏସସି ଅଧ୍ୟକ୍ଷ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ। ଆସନ୍ତା ସୋମବାର ବ୍ୟକ୍ତିଗତ ଭାବେ ହାଜର ହେବେ ଓପିଏସସି ଅଧ୍ୟକ୍ଷ।

ଅଧିକ ପଢନ୍ତୁ

Odisha Darpan Digital