ଓଡ଼ିଶାରେ ପ୍ରାଣୀସମ୍ପଦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ

ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ। ଏ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ସେପଟେ ସମ୍ବଲପୁରରେ ୧୦୦ ଏକର ଜମିରେ ହେବ ଆକୁଆ ପାର୍କ। ମଧୁର ମାଛ ଉତ୍ପାଦନରେ ଆତ୍ମନିର୍ଭର ହେବ ଓଡ଼ିଶା। ସାରା ଦେଶରେ ଓଡ଼ିଶା ୪ ନମ୍ବରରେ ଥିବା ବେଳେ ରପ୍ତାନି ମଧ୍ୟ ବଢିଛି। ବିଶ୍ୱ ମତ୍ସ୍ୟ ଦିବସରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି।

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ମଧୁର ଜଳ ମାଛକୁ ବିଦେଶକୁ ରପ୍ତାନି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଓଡିଶାରେ ମୁଣ୍ଡପିଛା ମାଛ ବ୍ୟବହାର ବର୍ତ୍ତମାନ ୧୮ କିଲୋଗ୍ରାମରେ ପହଞ୍ଚିଛି ବୋଲି ମଲ୍ଲିକ କହିଛନ୍ତି। ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। 2300 କୋଟି ଟଙ୍କାର ଯୋଜନା ଆରମ୍ଭ ହୋଇଛି। ରାଜ୍ୟରେ ଅଧିକ ମତ୍ସ୍ୟ ବଜାର, ଜେଟି ପ୍ରତିଷ୍ଠା ପାଇଁ କାମ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital