ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢାଉ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢାଉ । ଜୟପୁର ବ୍ଲକର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର ବିଶ୍ୱନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ସୂଚନା ଥାଉକି, ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। ଗଞ୍ଜାମ ଏବଂ ଭୁବନେଶ୍ଵରର ୬ଟି ସ୍ଥାନରେ ରେଡ୍ ଚାଲିଛି। ବିଶ୍ଵନାଥଙ୍କ ଜୟପୁର ସ୍ଥିତ ତିନି ମହଲା ଘର, ବେଲଗୁଣ୍ଠା ସ୍ଥିତ ପୈତୃକ ଘର, ଜୟପୁର ବ୍ଲକରେ ଥିବା କାର୍ଯ୍ୟାଳୟ, ଜୟପୁର ମୁନିସିପାଲିଟିରେ ଥିବା କାର୍ଯ୍ୟାଳୟ, ବିଶ୍ଵନାଥଙ୍କ ପତ୍ନୀଙ୍କ ଜୟପୁରସ୍ଥିତ କାର୍ଯ୍ୟାଳୟ, ନିଳାଦ୍ରୀବିହାରରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି। ଚଢାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ବର୍ତମାନ ସୁଦ୍ଧା ରେଡ୍ ଜାରି ରଖିଚି ଭିଜିଲାନ୍ସ ଟିମ୍ ।

ଅଧିକ ପଢନ୍ତୁ